Sign up to save your podcasts
Or
ବୌଦ୍ଧବାଦର ବହୁ ଅବଦାନ ଭିତରୁ ଧ୍ୟାନ-ଶୃଙ୍ଖଳାର ପ୍ରବର୍ତ୍ତନ ଅନ୍ୟତମ । ତପସ୍ୟା ଓ ଯୋଗସାଧନାର ଅନିବାର୍ଯ୍ୟ ଆବଶ୍ୟକତା ରୂପେ ଧ୍ୟାନ ବିବେଚିତ ହେଉଥିଲା ବୈଦିକ ଯୁଗରୁ । କିନ୍ତୁ ବୌଦ୍ଧବାଦର ପ୍ରଭାବରେ କାଳକ୍ରମେ ତାହା ସାମୂହିକ ସ୍ତରରେ ମନସ୍ତାତ୍ତ୍ବିକ ଏବଂ ଏପରିକି ସାଧାରଣ ସ୍ୱାସ୍ଥ୍ୟଭିରିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ‘ଜେନ୍ ବୁଦ୍ଧିଜୀମ୍’ର ‘ଜେନ୍’ ଶବ୍ଦହି ଧ୍ୟାନର ଅପଭ୍ରଂଶ ।
x....x
ବୌଦ୍ଧବାଦ ଏବଂ ପରବର୍ତ୍ତୀ କାଳରେ ତା’ର ବିକଳ ରୂପେ ପ୍ରସାରିତ ଶଙ୍କରାଚାର୍ଯ୍ୟଙ୍କ ମାୟାବାଦକୁ ଜୀବନ-ବିରୋଧୀ ଅଥବା ପଳାୟନବାଦୀ ଦର୍ଶନ ବୋଲି କହିବାକୁ ପ୍ରବୃତ୍ତି ହେଉନାହିଁ - ଯଦିଓ ସେଭଳି ଆଖ୍ୟାୟନ ଭୁଲ୍ ହେବ ନାହିଁ । କିନ୍ତୁ ସେଭଳି ସଂକ୍ଷିପ୍ତ ପରିଚୟ ଦୁଇ ଦର୍ଶନର ସର୍ବାଙ୍ଗୀନ ମହତ୍ତ୍ବକୁ ହ୍ରାସ କରିଦେଖାଇବ । ବୁଦ୍ଧଦେବଙ୍କ ମହାନୁଭବତା ଏବଂ କରୁଣା, ଶଙ୍କରାଚାର୍ଯ୍ୟଙ୍କ ବୁଦ୍ଧି ଓ ବିଜ୍ଞତା ଅପରିସୀମ । ମନେହୁଏ ଉଭୟ ବ୍ୟକ୍ତିତ୍ବ ସେମାନଙ୍କ ପ୍ରବର୍ତ୍ତିତ ଦର୍ଶନଠାରୁ ମହତ୍ତର । କାରଣ ସେମାନଙ୍କ ଦର୍ଶନର ବହୁବିଧ ବ୍ୟାଖ୍ୟା ଓ ଅନୁସରଣ ପଦ୍ଧତି ଭିତରେ ସେମାନେ ବିକ୍ଷିପ୍ତ ହୋଇଯାଆନ୍ତି । କିନ୍ତୁ ଯେତେବେଳେ ସେମାନଙ୍କ ମୂଳ ଆଭିମୁଖ୍ୟ ମନେରଖି ଆମେ ସେମାନଙ୍କ କାର୍ଯ୍ୟକଳାପ ସ୍ମରଣ କରୁ, ସେତେବେଳେ ଦୁହେଁ ପ୍ରତିଭାତ ହୁଅନ୍ତି ଅପ୍ରତିମ ଉଜ୍ଜ୍ବଳ ମହାପୁରୁଷ ରୂପେ ।
କ’ଣ ସେହି ଆଭିମୁଖ୍ୟ ? ଅଜ୍ଞାନ ମଣିଷକୁ ଜ୍ଞାନର ଆଲୋକ ପ୍ରଦାନ । ବୁଦ୍ଧଙ୍କ ଦୃଷ୍ଟିରେ ଜୀବନ ଦୁଃଖମୟ । ଜନ୍ମ ପରେ ଜନ୍ମ ଏ ଦୁଃଖ ରହିଥିବ ଅବ୍ୟାହତ । ଏକମାତ୍ର ନିସ୍ତାର ନିର୍ବାଣରେ । ଶଙ୍କରାଚାର୍ଯ୍ୟଙ୍କ ଦୃଷ୍ଟିରେ ସମଗ୍ର ସୃଷ୍ଟି ମାୟା-ଅର୍ଥାତ୍ ମିଥ୍ୟା । ଏକମାତ୍ର ସତ୍ୟ ବ୍ରହ୍ମ । ବ୍ରହ୍ମରେ ବିଲୀନ ହେବାରେ ହିଁ ନିସ୍ତାର । ଉଭୟ ଦେଖାଇଲେ ଏ ଦୃଷ୍ଟିରୁ ଓହରିଯିବାର ମାର୍ଗ । ଏ ଅଜ୍ଞାନ ସୃଷ୍ଟି ଦିନେ ଜ୍ଞାନାଲୋକରେ ଉଦ୍ଭାସିତ ହୋଇପାରେ, ଆମ ଜୀବନ ଭିତରେ ସଂଗୁପ୍ତ ବା ସୁଷୁପ୍ତ ବ୍ରହ୍ମ ଦିନେ ପ୍ରକଟିତ ହୋଇପାରେ, ସେଭଳି ଆଶାର କୌଣସି ଆଭାସ ସେମାନେ ଦେଲେ ନାହିଁ । ଭୂପୃଷ୍ଠରେ ଚେତନାର ଯେଉଁ କ୍ରମବିକାଶ ଚାଲିଛି ତା’ର ପରିଣତି ସମ୍ପର୍କରେ ସେମାନଙ୍କର କୌଣସି ବକ୍ତବ୍ୟ ନାହିଁ ।
x.....x
ବେଦରେ କୁଆଡ଼େ ଇଙ୍ଗିତ ରହିଛି ଦିନେ ମଣିଷ ସତ୍-ଚିତ୍-ଆନନ୍ଦର ଅଧିକାରୀ ହେବ । ଅର୍ଥାତ୍ ସେ ହେବ ଦିବ୍ୟ ଚେତନାର ଅଧିକାରୀ । ସମ୍ଭବତଃ ଏହି ପ୍ରତିଶ୍ରୁତିର ସଙ୍କେତ ବହନ କରେ ଦଶାବତାର କିଂବଦନ୍ତିର ଅନ୍ତିମ ପର୍ଯ୍ୟାୟ କଳ୍କୀ ଅବତାରଙ୍କ ପ୍ରସ୍ତାବିତ କାର୍ଯ୍ୟକଳାପ । ସେ ମ୍ଲେଚ୍ଛ-ସଂହାର କରିବେ । କିନ୍ତୁ ସଂହାରରୁ ବର୍ତ୍ତିବ କେଉଁ ଭାଗ୍ୟବାନ ? ମନେହୁଏ ମ୍ଳେଛ-ସଂହାର ନୁହେଁ, ମ୍ଳେଚ୍ଛତ୍ବର ସଂହାର । ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ଯେଉଁ ଭବିତବ୍ୟ ହେଲା ଚେତନାର ରୂପାନ୍ତର ।
ଏହି ରୂପାନ୍ତର (Transformation) ସମ୍ଭବ ନ ହେବା ପର୍ଯ୍ୟନ୍ତ ମଣିଷ କୌଣସି ଆଦର୍ଶକୁ ତା’ ଜୀବନରେ ନିଖୁଣ ଭାବରେ ରୂପାୟିତ କରିପାରିବ ନାହିଁ । ତା’ ଚେତନା-ନିହିତ ବିଷ ଆଦର୍ଶକୁ ବିକୃତ କରିଦେବ; ଯେ କୌଣସି ତତ୍ତ୍ଵର ଭିନ୍ନ ଭିନ୍ନ ବ୍ୟାଖ୍ୟା ଦ୍ବାରା ମୂଳ ତତ୍ତ୍ବକୁ ତାହା ଖଣ୍ଡ ବିଖଣ୍ଡ କରିଦେବ ।
ଏହି ଯେଉଁ ବିଷ, ଏହାର ଉତ୍ସ ଅଜ୍ଞାନ ଏବଂ ଏହି ଯେଉଁ ଅଜ୍ଞାନ, ତା’ର ପରିସର ବ୍ୟାପକ । କଥାଟିଏ ହୁଏତ ପ୍ରହେଳିକା ଭଳି ଶୁଭିବ-କିନ୍ତୁ ଏ ପରିପ୍ରେକ୍ଷୀରେ ନକହିଲେ ନଚଳେ-ଯେ ପ୍ରାୟତଃ ଆମ ତଥାକଥିତ ଜ୍ଞାନ ମଧ୍ୟ ଏହି ଅଜ୍ଞାନର ଅନ୍ତର୍ଭୁକ୍ତ । ଜଣେ ଜ୍ଞାନୀ ହୋଇପାରେ । କିନ୍ତୁ ଜ୍ଞାନ ସହ ଅହର ସଂଯୋଗ ମାତ୍ରେ ସେ ଜ୍ଞାନ ପରିଣତ ହେବ ଅଜ୍ଞାନରେ, କେବେ କେବେ ଜ୍ଞାନର ବିଡ଼ମ୍ବନାରେ । ଶଙ୍କରାଚାର୍ଯ୍ୟ ଜ୍ଞାନୀ; ରାମାନୁଜାଚାର୍ଯ୍ୟ ମଧ୍ୟ ଜ୍ଞାନୀ । କିନ୍ତୁ ଶଙ୍କରାଚାର୍ଯ୍ୟଙ୍କ ତତ୍ତ୍ବ ଉପରେ ରାମାନୁଜାଚାର୍ଯ୍ୟଙ୍କ ବକ୍ତବ୍ୟ ଦେଖନ୍ତୁ: “ତାଙ୍କର (ଶଙ୍କରାଚାର୍ଯ୍ୟଙ୍କ) ସମସ୍ତ ଶିକ୍ଷା ହେଉଛି ଭ୍ରାନ୍ତ ଯୁକ୍ତିର ମାୟାଜାଲ । ପୂର୍ବ ଜନ୍ମମାନଙ୍କରେ ସେ ଯେଉଁ ପାପ କରିଥିଲେ, ତାହାରି ପରିଣତି ରୂପେ ତାଙ୍କର ମତିଭ୍ରମ ଘଟିଥିଲା ଏବଂ ସେ କଳ୍ପନାକୁ ସତ୍ୟ ବୋଲି ମନେ କରୁଥିଲେ । ସୃଷ୍ଟିର ବସ୍ତୁ ସମୂହ ଭିତରେ ପରସ୍ପର ପ୍ରକୃତ ସମ୍ପର୍କ ବିଷୟରେ ଯାହାର ଜ୍ଞାନ ଥିବ, ସେ ଏସବ ନିର୍ବୋଧ ତତ୍ତ୍ବକୁ ବର୍ଜନ ହିଁ କରିବ ।”
ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କ ସମସାମୟିକ ପଣ୍ଡିତ ଓ ସନ୍ଥମାନଙ୍କୁ ତାଙ୍କର ପ୍ରଖର ଯୁକ୍ତି ଦ୍ଵାରା ଧରାଶାୟୀ କରି ଦେଉଥିଲେ । କଥା ହେଲା ଯେତେବେଳେ ଜଣେ ଶକ୍ତିମାନ ଜିଜ୍ଞାସୁ ତା’ ଜିଜ୍ଞାସାର ସୁଫଳ ରୂପେ ସତ୍ୟର ଗୋଟାଏ ଦିଗ ଆବିଷ୍କାର କରେ, ସେତେବେଳେ ସତ୍ୟର ଅନ୍ୟ ସବୁ ଦିଗର ଅସ୍ତିତ୍ତ୍ବ କଥା ସେ ପାସୋରି ଦିଏ କିଂବା କାଳେ ନିଜଲବ୍ଧ ସତ୍ୟଟିକ ବିପନ୍ନ ହେବ, ସେଥିପାଇଁ ଅନ୍ୟସବୁ ସମ୍ଭାବନାକୁ ସେ ଅସ୍ବୀକାର କରେ । ଅହଂବୋଧ ତଥା ଆତ୍ମରକ୍ଷାର ସହଜାତ ପ୍ରବୃତ୍ତି ହିଁ ଏତକ କରାଇନିଏ ।
x.....x
-“ଆନନ୍ଦଙ୍କ ‘ଚମତ୍କାର’”- ଶ୍ରୀ ମନୋଜ ଦାସ-“ଅଜଣାର ଅନ୍ବେଷଣେ”