Sign up to save your podcasts
Or
ଜୀବନର ପ୍ରହେଳିକାର ସମାଧାନ ଦିଗରେ ମଣିଷର ଅନ୍ବେଷଣ କେବେଠାରୁ ଆରମ ହେଲାଣି ? ସେ ସମାଧାନର ସୂତ୍ରଧର ଏବଂ ସତ୍ୟର ପ୍ରବକମାନଙ୍କର ବାରମ୍ବାର ଆବିର୍ଭାବ ସତ୍ତ୍ବେ କେତେକାଳ ଧରି ଅଜ୍ଞାନ ଅନ୍ଧକାରରେ ନିମଜ୍ଜିତ ରହିଛି ଏ ପୃଥିବୀର ମାନବକୁଳ ?
ଭାରତର ସର୍ବପ୍ରାଚୀନ ପରମ୍ପରା ଅନୁସାରେ ସତ୍ୟ, ତ୍ରେତୟା, ଦ୍ବାପର ଏବଂ କଳି ସମନ୍ବିତ ଯୁଗଚକ୍ରର ଘୂର୍ଣ୍ଣନ ଅବ୍ୟାହତ ରହିଛି ମହାକାଳର କୌଣସି ଏକ ଅଜ୍ଞେୟ ବିନ୍ଦୁରୁ - ଅନ୍ତତଃ ବିବର୍ତ୍ତନରେ ମଣିଷର ସୃଷ୍ଟିର ବହୁ ପୂର୍ବରୁ - ସମ୍ଭବତଃ ପ୍ରାଣର ସ୍ଫୁରଣ ମୁହୁର୍ତ୍ତରୁ । ଦଶାବତାର କିଂବଦନ୍ତୀର ପ୍ରଥମ ତିନି ଅବତାରଙ୍କ ବେଳେ ମଣିଷ ନଥିଲେ, ଯଦିଓ ସୁର ଏବଂ ଅସୁରମାନେ ବିଦ୍ୟମାନ ଥିଲେ । ଆଜିର ଚେତନାର ବିକାଶ ଧାରା ବୋଲି ଆମେ ଯାହା ବୁଝୁଛୁ, ପ୍ରାଣଶକ୍ତି ମଣିଷ ରୂପ ଗ୍ରହଣ କରିବା ପରେ ହିଁ ତାହାର ଆରମ୍ଭ ହୋଇଛି ବୋଲି ଆମର ଧାରଣା ।
ସେହି ବିକାଶଧାରାକୁ ଆଗେଇନେବା ନିମନ୍ତେ ହିନ୍ଦୁ ବିଶ୍ଵାସ ଅନୁସାରେ ଯେଉଁସବୁ ଅବତାର ଆସିଛନ୍ତି, ବୁଦ୍ଧ ମଧ୍ୟ ସେମାନଙ୍କର ଅନ୍ତର୍ଭୁକ୍ତ । କିନ୍ତୁ ବୌଦ୍ଧ ଶାସ୍ତ୍ର କହେ ଗୌତମ ବୁଦ୍ଧଙ୍କ ପୂର୍ବରୁ ଅନ୍ତତଃ ୨୭ ଜଣ ବୁଦ୍ଧ ମାନବତାକୁ ଆଲୋକଦାନ କରିବାର ପ୍ରୟାସ କରିଥିଲେ । ଜୈନ ଶାସ୍ତ୍ର ଅନୁସାରେ ମଧ୍ୟ ମହାବୀର ଜୀନଙ୍କ ପୂର୍ବରୁ ୨୩ ଜଣ ଜୀନ ତୀର୍ଥଙ୍କର ସମ୍ଭବପର ହୋଇଥିଲେ ।
x....x
ବୌଦ୍ଧବାଦ ହିନ୍ଦୁ ପରମ୍ପରାର ପ୍ରଳୟ ଏବଂ କଳ୍ପାନ୍ତରରେ ବିଶ୍ୱାସୀ । ଯେଉଁ ଚେତନା ଆଜିକୁ ମାତ୍ର ଅଢ଼େଇ ହଜାର ବର୍ଷ ତଳେ ଗୌତମ ବୁଦ୍ଧ ରୂପେ ଆବିର୍ଭୁତ ହେଲା, ପୁର୍ବ କାଳମାନଙ୍କରେ ସେ ଚେତନା ଭିନ୍ନ ଭିନ୍ନ ନାମ ଗ୍ରହଣ କରିଥିଲା - ଯଥା କୌଣ୍ଡିନ୍ୟ, ମଙ୍ଗଳ, ଅନିବଦର୍ଶୀ ବା ପଦ୍ମ, ପଦ୍ମୋତ୍ତର, ପ୍ରିୟଦର୍ଶୀ ଇତ୍ୟାଦି ।
ଗୌତମ ବୁଦ୍ଧ ରୂପେ ସେ ଆପଣାର ପୂର୍ବଜନ୍ମ ସମୂହର ତାତ୍ପର୍ଯ୍ୟପୂର୍ଣ୍ଣ ଅଭିଜ୍ଞତାମାନ ସ୍ମରଣ କରି ପାରୁଥିଲେ । ସେସବୁ ସେ ବର୍ଣ୍ଣନା କରୁଥିଲେ ଶିଷ୍ୟମାନଙ୍କ ଆଗରେ- ସେମାନଙ୍କୁ ପ୍ରଦତ୍ତ ଶିକ୍ଷାର ଏକ ଅଙ୍ଗରୁପେ । ତାଙ୍କର ସେହି ଅପ୍ରତିହତ ଧାରାବାହିକ ଜନ୍ମିତ ଚେତନାକୁ ବୋଧିସତ୍ତ୍ବ ଭାବରେ ନାମିତ କରାଯାଏ । ଅଜସ୍ର ଅଭିଜ୍ଞତାର ସେହି ଏକହିଁ ଆଧାରକୁ ଲେଖକ ‘ଚେତନା’ ବୋଲି ଅଭିହିତ କରୁଛି-କାରଣ ବୌଦ୍ଧବାଦ ‘ଆତ୍ମା’ର ଅସ୍ତିତ୍ବରେ ବିଶ୍ୱାସ କରେ ନାହିଁ । (ଏ ବ୍ୟାପାରଟି ଏକ ପ୍ରହେଳିକା ଯେଉଁ କର୍ମର ଭିତ୍ତିରେ ଜଣେ ବାରମ୍ବାର ଜନ୍ମଗ୍ରହଣ କରିଚାଲିଥାଏ, ସେ କର୍ମର ଧାରକ କିଏ ? ସେ କର୍ମଫଳର ଭୋକ୍ତା ବା କିଏ ? ବୁଦ୍ଧ-ପଥ ଅନୁସରଣ କରି ନିର୍ବାଣ ପ୍ରାପ୍ତ ହୁଏ କିଏ ? ହେଲା, ବୌଦ୍ଧବାଦର ଦାବି ମାନିନେଇ ଆମେ ତାକୁ ଆତ୍ମା ନ କହି ସତ୍ତା ବୋଲି କହିବା ।)
x.....x
ବୁଦ୍ଧ-କଥିତ ତାଙ୍କ ସତ୍ତାର ସେହିସବୁ ଅଭିଜ୍ଞତାକୁ ‘ଜାତକ’ ବୋଲି କୁହାଯାଏ । ଏସବୁର ସଂଖ୍ୟା ଉପରେ ଭିନ୍ନ ଭିନ୍ନ ବିବରଣୀରେ ପରିବେଷିତ ହିସାବରେ ତାରତମ୍ୟ ରହିଛି । ମୋଟାମୋଟି ୫୫୦ ସରିକି କହିଲେ ଭୁଲ୍ ହେବ ନାହିଁ । ତେବେ ବେଶ୍ କେତୋଟି ଜାତକ ପୁନଃ ପୁନଃ କଥିତ ହୋଇଛନ୍ତି ପରିବର୍ତ୍ତିତ ରୂପରେ । ଏସବୁରୁ ଅନେକଗୁଡ଼ିଏ ବୁଦ୍ଧ ସ୍ବୟଂ କହିଥିଲେ, ସନ୍ଦେହ ନାହିଁ । କାରଣ ସେସବୁର ଯେଉଁ ଭୂମିକା ରହିଛି, ତାହା ସମସାମୟିକ ପରିସ୍ଥିତି ଏବଂ ଇତିହାସ ଅନୁସାରେ ବିଚାରକଲେ ସେ ସ୍ବୟଂ କହିଥିବା ସ୍ଵାଭାବିକ ମନେହୁଏ । ଆଉ କିଛି କାହାଣୀ ହୁଏତ ତାଙ୍କ ପ୍ରଧାନ ଶିଷ୍ୟ ଏବଂ ପ୍ରଥମ ଯୁଗର ପ୍ରଚାରକମାନେ ବିବୃତ କରିଥିଲେ । ସେଗୁଡ଼ିକ ମଧ୍ୟ ବୁଦ୍ଧଙ୍କ କୌଣସି ନା କୌଣସି ପୂର୍ବଜନ୍ମର ଅଭିଜ୍ଞତାରୂପେ ସ୍ୱୀକୃତି ଲାଭ କରିଛନ୍ତି । କିନ୍ତୁ ଯେହେତୁ ସେବୁ କାହାଣୀ-ବର୍ଣ୍ଣିତ ଘଟଣାରେ ବୁଦ୍ଧଙ୍କର କୌଣସି ଭୂମିକା ନାହିଁ, ସେ ସେଗୁଡ଼ିକରେ ନାୟକ ନୁହନ୍ତି କିମ୍ବା ବର୍ଣ୍ଣିତ ଘଟଣାରେ ଅଂଶଗ୍ରହଣ କରୁନାହାନ୍ତି, ତାହାକୁ କେବଳ ଦ୍ରଷ୍ଟା ବା ସାକ୍ଷୀ ରୂପେ ଉପସ୍ଥାପନ କରାଯାଇଛି ।
ସ୍ଵୟଂ ବୁଦ୍ଧ ଗପିବା ଏକ ଏକ ଜାତକରେ ମଣି ଷର ଛଳନା-ପ୍ରବଣତା, ଆସକ୍ତି ଏବଂ ଅନୁରୂପ ଦୁର୍ବଳତା ଉପରେ ଯେଉଁଭଳି ସୂକ୍ଷ୍ମ ତଥା ଶାଣିତ କଟାକ୍ଷ ରହିଛି, ତାହା ଆଜି ଅଢ଼େଇ ହଜାର ବର୍ଷ ପରେ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ । ଧରନ୍ତୁ ‘କାକ-ଜାତକ’ କଥା ।
x.....x
-“ଅଜ୍ଞାନର ବିଡମ୍ବନା”- ଶ୍ରୀ ମନୋଜ ଦାସ-“ଅଜଣାର ଅନ୍ବେଷଣେ”