Sign up to save your podcasts
Or
x…..x
ଅଧ୍ୟାପକ ଅଞ୍ଜନୀ କୁମାର ପ୍ରସ୍ତାବ କଲେ, “ଚାଲନ୍ତୁ, ମଘର ବୁଲି ଆସିବେ ।”
“ମଘର ? ମାନେ ସନ୍ଥ କବୀରଙ୍କ ସ୍ମତିପୂତ ମଘର ?
“ଠିକ୍ । ଯିବା ଆସିବା ଏବଂ ଦର୍ଶନ-ତିନି ଘଣ୍ଟା ଭିତରେ ସମାଧା ହୋଇଯିବ ।” ବନ୍ଧୁ ଜଣାଇଲେ ।
ମଘର ଖାଲି ସନ୍ଥ କବୀର (୧୪୪୦-୧୫୧୮)ଙ୍କ ତିରୋଧାନ ସ୍ଥଳୀ ନୁହେଁ, ଆମର କୁସଂସ୍କାର ଏବଂ ଅନ୍ଧବିଶ୍ବାସ ପ୍ରତି ତାଙ୍କ ଉପହାସର ପ୍ରତୀକ । ଜନଶ୍ରୁତି ଥାଏ, ଯିଏ ବାରାଣାସୀରେ ପ୍ରାଣତ୍ୟାଗ କରିବ, ସେ ହେବ ସିଧାସଳଖ ସ୍ୱର୍ଗବାସୀ, ଯିଏ ମଘରରେ ମରିବ, ସିଏ ହେବ ନରକପଥଗାମୀ । ମଘରରେ ମରିବାର ସିଦ୍ଧାନ୍ତ କରି ଅନ୍ଧବିଶ୍ୱାସ ବିରୋଧୀ ସନ୍ଥ କବୀର ତାଙ୍କ ଜୀବନର ଶେଷ ପର୍ଯ୍ୟାୟ ସେଇଠାରେ କରିଥିଲେ ଅତିବାହିତ ।
x.....x
ଗୁରୁ ରାମାନନ୍ଦ ତାଙ୍କ ଜାତିଗୋତ୍ର ସମ୍ପର୍କରେ ସନ୍ଦିହାନ ଥିବାରୁ ତାଙ୍କୁ ରାମ ନାମରେ ଦୀକ୍ଷିତ କରିବାକୁ ନାସ୍ତି କରନ୍ତେ ଦିନେ ପ୍ରତ୍ୟୁଷରେ ସେ ଗଙ୍ଗାଘାଟ ପାହାଚ ଉପରେ ଶୋଇ ରହିଲେ । ଅନ୍ଧାର ଅପସରି ନାହିଁ । ରାମାନନ୍ଦଜୀ ସ୍ନାନ ସମାପନାନ୍ତେ ଉପରକୁ ଉଠିବାବେଳେ ବାଳକ ଉପରେ ପାଦ ପଡ଼ିଯିବା ମାତ୍ରେ ଚମକିପଡ଼ି କହି ପକାଇଲେ, “ରାମ, ରାମ !”
“ପ୍ରଣାମ ଗୁରୁଦେବ ! ଅଦ୍ୟ ଶୁଭ ପ୍ରଭାତରେ ମୋତେ ରାମ ନାମରେ ଦୀକ୍ଷିତ କରି ଧନ୍ୟକଲେ !”' କରଯୋଡ଼ି କହିଲେ କବୀର ।
ବାଳକର ବିଚକ୍ଷଣତା ରାମାନନ୍ଦଙ୍କୁ ମୁଗ୍ଧ କଲା । କବୀର ବନିଗଲେ ତାଙ୍କ ଚେଲା ।
x......x
କିନ୍ତୁ ଚେଲାପଦରୁ ଗୁରୁ ପର୍ଯ୍ୟାୟକୁ ଉନ୍ନୀତ ହେବା ନିମନ୍ତେ ତାଙ୍କୁ(କବୀରଙ୍କୁ) ବେଶି ସମୟ ଲାଗିଲା ନାହିଁ-ବରଂ ବେଶି ସମୟ ତାଙ୍କୁ ଲୋକେ ଦେଲେ ନାହିଁ । ତାଙ୍କ ବୈପ୍ଳବିକ ଉଚ୍ଚାରଣୀ ବେଶ୍ କିଛି ଲୋକଙ୍କୁ ପ୍ରଭାବିତ କଲା । ଭକ୍ତି, ବିଦୃପ ଓ ଦର୍ଶନର ଅପୂର୍ବ ସମନ୍ବୟ – ସମୃଦ୍ଧ ତାଙ୍କ କବିତାମାନ ଅନେକଙ୍କ ଚେତନାରେ ଆଣି ଦେଲା ବୈପ୍ଳବିକ ସ୍ପନ୍ଦନ । ସେ ଅନୁଗତ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ ଉଭୟ ହିନ୍ଦୁ ଏବଂ ମୁସଲମାନ୍ । ତେବେ ଉଭୟ ଧର୍ମଭୁକ୍ତ କେହି କେହି ପଣ୍ଡିତ ତାଙ୍କୁ ତୀବ୍ର ବିରୋଧ ମଧ୍ୟ କଲେ । ନ କରନ୍ତେ ବା କେମିତି ? ତାଙ୍କ ରୋକ୍ଠୋକ୍ ଜବାବ୍ର ଚାବୁକ୍ ସହିନେଲା ଭଳି ସହିଷ୍ଣୁତା କ୍ବଚିତ୍ କାହାରି ଥିଲା, ଆଜି ବି ନାହିଁ ।
x.....x
ଅରେ ଜଣେ ମୁସ୍ଲିମ୍ ସନ୍ଥ ଶେଖ୍ ତାକି ତାଙ୍କୁ ଦେଖା କରିବାକୁ ଆସିବା ବେଳକୁ ତାଙ୍କ କୁଡ଼ିଆ ଆଗରେ ବନ୍ଧା ରହିଛି ଗୋଟାଏ ଘୁଷୁରି ।
“ଏମିତି ଗୋଟାଏ ଅପରିଛନ୍ନ ପଶୁକୁ ତମ ଦ୍ବାରଦେଶରେ ରଖିଛ, ଲାଜ ନାହିଁ ?” ଆଗନ୍ତୁକ ବିରକ୍ତ ହୋଇ କହିଲେ ।
“ଦେଖ ଶେଖ୍ ! ସେ ଅପରିଛନ୍ନ ପଶୁ ରହିଛି ମୋ ବାହାରେ । ତମେ ନିଜ ଭିତରେ କେତେ ଅପରିଛନ୍ନ ପଶୁ ପାଳିପୋଷି ରଖିଛି, ସେକଥା କେବେହେଲେ ଭାବି ଦେଖିଛ ? ଥରେ ଚିହ୍ନ ସେ ପଶୁମାନଙ୍କୁ – ତମ ଲୋଭ, ଅହଂକାର, ବିଦ୍ବେଷ ଓ ଈର୍ଷା ପରାୟଣତାକୁ ।” ଚେତାଇ ଦେଲେ କବୀର । (ଗୋଟାଏ କିମ୍ବଦନ୍ତୀ କହେ, ଶେଖ ତାକି ପରବର୍ତ୍ତୀ କାଳରେ କବୀରଙ୍କୁ ଗୁରୁର ମାନ୍ୟତା ଦେଇଥିଲେ ।)
x.....x
ଭଗବାନ ଏକ ଏବଂ ତାଙ୍କୁ କେନ୍ଦ୍ର କରି ବିବାଦ ଓ ସଂଘର୍ଷ ନିର୍ବୋଧତା-ଏ ସରଳ ତତ୍ତ୍ବ ଅନେକଙ୍କୁ ସୁହାଇଲା ନାହିଁ - ଯେମିତି ଆଜି ବି ସୁହାଏ ନାହିଁ । ତଥାକଥିତ ‘ସମ୍ରାଟ’ ଇବ୍ରାହିମ୍ ଲୋଦି ବି ତାଙ୍କୁ ଲାଞ୍ଛନା ଦେଲେ । ସେ ବାରାଣସୀ ତ୍ୟାଗ କରି ଭାରତର ବିଭିନ୍ନ ଅଞ୍ଚଳ ବୁଲିବା ଭତ୍ତାରୁ ଚାଲିଗଲେ ମଧ୍ୟ ପ୍ରାଚ୍ୟ । ଲେଉଟି ଆସିବା ପରେ ମଘରଠିଁ ବସବାସ କଲେ । ଲେଖିଲେ :
କ୍ୟା କାଶୀ ବ୍ୟା ଉସର ମଘର
ରାମ ହୁଦି ବସ ମେରା
କବ୍ କାଶୀ ତନ ତ୍ୟାଗେ କବୀର
ରାମେ କୌନ ନିହେରା ।
ଅର୍ଥାତ୍ କବୀରଙ୍କ ପାଇଁ କାଶୀ କ’ଣ ମଘର କ’ଣ ଯଦି ତାଙ୍କ ହୃଦୟରେ ସର୍ବଦା ରାମଙ୍କ ନିବାସ । ଯଦି କାଶୀରେ ହିଁ ତନୁ ତ୍ୟାଗ ନ କଲେ ନ ହୁଏ, ତେବେ ରାମଙ୍କ ଭୂମିକା ଆଉ କ'ଣ ?
x....x
“ଏକ ଉଦ୍ୟାନ-ଏକ ଇତିହାସ”- ଶ୍ରୀ ମନୋଜ ଦାସ-“ଅଜଣାର ଅନ୍ବେଷଣେ”