==="सभी लोगों के लिए अच्छी खबर" -(हिंदी,বাঙালি,తెలుగు,मराठी,தமிழ்,اردو,ગુજરાતી,ಕನ್ನಡ,മലയാളം,ଓଡ଼ିଆ,ਪੰਜਾਬੀ,Ôxômiya,etc.)-संख्या से सर्वाधिक बोली जाने वाली भाषाओं (१-१२) भारत में // (Hindi,,Bengali,Telugu,Marathi,Tamil,Urdu,Gujarati,Kannada,Malayalam,O

Episode 1: ଓଡିଆ - "ଭଲ ଖବର".3gp


Listen Later

उड़िया - "अच्छी खबर".3gp / Oriya - "Good News".3gp //ଯୋହନ 1ଜୀବନ୍ତ ବାକ୍ୟ1. ସକଳ ସୃଷ୍ଟିର ପୂର୍ବେ ବାକ୍ୟ ଥିଲେ। ଈଶ୍ୱରଙ୍କ ସଙ୍ଗରେ ସେ ଅବସ୍ଥାନ କରୁଥିଲେ। ସେ ଓ ଈଶ୍ୱର ଏକ ଥିଲେ। 2. ସୃଷ୍ଟିର ପ୍ରାରମ୍ଭରୁ ସେହି ବାକ୍ୟ ହିଁ ଈଶ୍ୱରଙ୍କ ସଙ୍ଗରେ ଥିଲେ। 3. ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇ ନାହିଁ। 4. ସେହି ବାକ୍ୟ ଥିଲେ ଜୀବନର ଉତ୍ସ ଓ ସେହି ଜୀବନ ହିଁ ମାନବ ଜାତିର ଜ୍ୟୋତି। 5. ସେହି ଜ୍ୟୋତି ଅନ୍ଧକାର ମଧ୍ୟରେ ସଦା ଦୀପ୍ତିମାନ। ଅନ୍ଧକାର ତାକୁ କଦାପି ନିର୍ବାପିତ କରିପାରେ ନାହିଁ।6. ଏହି ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଯୋହନ ନାମକ ଜଣେ ବ୍ୟକ୍ତିଙ୍କୁ ଈଶ୍ୱର ପ୍ରେରଣ କରିଥିଲେ। ମାଥିଉ ୩:୧; ମାର୍କ ୧:୪; ଲୂକ ୩:୧-୨। 7. ସମଗ୍ର ମାନବ ଜାତି ଏହି ସମ୍ବାଦ ଶୁଣି ଯେପରି ବିଶ୍ୱାସ କରିବେ, ସେଥିପାଇଁ ଯୋହନ ଆସିଥିଲେ। 8. ଯୋହନ ନିଜେ ସେହି ଜ୍ୟୋତି ନ ଥିଲେ, କିନ୍ତୁ ଜ୍ୟୋତି ବିଷୟରେ ସାକ୍ଷ୍ୟ ଦେବାକୁ ଆସିଥିଲେ। 9. ଯେଉଁ ଜ୍ୟୋତି ଜଗତକୁ ଆସି ସମଗ୍ର ମାନବ ଜାତିକୁ ଆଲୋକିତ କରେ- ତାହା ହିଁ ପ୍ରକୃତ ଜ୍ୟୋତି।10ସେହି ‘ବାକ୍ୟ’ ଜଗତରେ ଥିଲେ; ତାଙ୍କ ଦ୍ୱାରା ଜଗତ ସୃଷ୍ଟ ହୋଇଥିଲା, ତଥାପି ଜଗତ ତାଙ୍କୁ ଚିହ୍ନିଲା ନାହିଁ। 11. ସେ ତାଙ୍କ ନିଜ ରାଜ୍ୟକୁ ଆସିଲେ, ଅଥଚ ତାଙ୍କ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ। 12. କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ। 13. ସ୍ୱାଭାବିକଭାବେ ଅର୍ଥାତ୍ ମାନବୀୟ ପିତାଙ୍କଠାରୁ ଜାତ ହେବା ଦ୍ୱାରା ଏମାନେ ଈଶ୍ୱରଙ୍କ ସନ୍ତାନ ସନ୍ତାନ ହୋଇ ନାହାନ୍ତି। ସ୍ୱୟଂ ଈଶ୍ୱର ଏମାନଙ୍କର ପିତା।14. ସେହି ବାକ୍ୟ ମାନବ ଶରୀର ଧାରଣ କରି ଆମ ସହିତ ଜୀବନଯାପନ କଲେ। ସେ ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ଥିଲେ। ଈଶ୍ୱରଙ୍କ ଅନ୍ୟ ପୁତ୍ର ସ୍ୱରୂପେ ସେ ଯେଉଁ ଅଲୌକିକ ମହିମା ପାଇଥିଲେ, ତାହା ଆମେ ଦେଖିଲୁ।15. ତାଙ୍କ ସମ୍ପର୍କରେ ସାକ୍ଷ୍ୟ ଦେଇ ଯୋହନ ଉଚ୍ଚ ସ୍ୱରରେ କହିଲେ: “ଏହାଙ୍କ ବିଷୟରେ ମୁଁ କହୁଥିଲି, “ମୋ’ଠାରୁ ମହାନ୍, କାରଣ ମୋର ଜନ୍ମ ପୂର୍ବରୁ ତାଙ୍କର ସ୍ମୃତି ଅଛି’।”16. ତାଙ୍କ ପୂର୍ଣ୍ଣତାରୁ ଆମେ ଅନୁଗ୍ରହ ଉପରେ ଅନୁଗ୍ରହ ପାଇଛୁ। 17. ଈଶ୍ୱର ମୋଶାଙ୍କ ଦ୍ୱାରା ବିଧିବ୍ୟବସ୍ଥା ପ୍ରଦାନ କଲେ। କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଓ ସତ୍ୟ ଜଗତକୁ ଆସିଛି। 18. କେହି କେବେ ଈଶ୍ୱରଙ୍କୁ ଦେଖି ନାହିଁ। ତାଙ୍କ ସହିତ ଥିବା କେବଳ ତାଙ୍କର ଅଦ୍ୱିତୀୟ ପୁତ୍ର ତାଙ୍କୁ ପ୍ରକାଶ କରିଛନ୍ତି।
...more
View all episodesView all episodes
Download on the App Store

==="सभी लोगों के लिए अच्छी खबर" -(हिंदी,বাঙালি,తెలుగు,मराठी,தமிழ்,اردو,ગુજરાતી,ಕನ್ನಡ,മലയാളം,ଓଡ଼ିଆ,ਪੰਜਾਬੀ,Ôxômiya,etc.)-संख्या से सर्वाधिक बोली जाने वाली भाषाओं (१-१२) भारत में // (Hindi,,Bengali,Telugu,Marathi,Tamil,Urdu,Gujarati,Kannada,Malayalam,OBy Tze-John Liu