==="सभी लोगों के लिए अच्छी खबर" -(हिंदी,বাঙালি,తెలుగు,मराठी,தமிழ்,اردو,ગુજરાતી,ಕನ್ನಡ,മലയാളം,ଓଡ଼ିଆ,ਪੰਜਾਬੀ,Ôxômiya,etc.)-संख्या से सर्वाधिक बोली जाने वाली भाषाओं (१-१२) भारत में // (Hindi,,Bengali,Telugu,Marathi,Tamil,Urdu,Gujarati,Kannada,Malayalam,O

Episode 1: ଓଡିଆ ଖ୍ରୀଷ୍ଟିଆନ ଗୀତ ଏବଂ ଆଦିବାସୀ ନୃତ୍ୟ .3gp


Listen Later

उडिया क्रिश्चियन सॉन्ग एंड जनजातीय नृत्य.3gp / Oriya Christian Song And Tribal Dance.3gp //କରିନ୍ଥୀ ପାଉଲଙ୍କ ପ୍ରଥମ ଚିଠି -  ଅଧ୍ୟାୟ 15ଖ୍ରୀଷ୍ଟଙ୍କର ପୁନରୁତ୍ଥାନ1. ଭାଇମାନେ, ମୁଁ ଯେଉଁ ଶୁଭ ବାର୍ତ୍ତା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଅଛି, ଯାହା ତୁମ୍ଭେମାନେ ଗ୍ରହଣ କରିଅଛ ଏବଂ ଯାହା ଉପରେ ତୁମ୍ଭମାନଙ୍କର ବିଶ୍ୱାସ ପ୍ରତିଷ୍ଠିତ, ସେହି ବିଷୟ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବା ପାଇଁ ମୁଁ ଚାହେଁ। 2. ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିବା ସେହି ଶୁଭ ବାର୍ତ୍ତା ହିଁ ସୁସମାଚାର। ତୁମ୍ଭେମାନେ ସେହି ସୁସମାଚାରରେ ଦୃଢ଼ ବିଶ୍ୱାସୀ ହୋଇ ରହିଲେ, ପରିତ୍ରାଣ ପାଇବ। ନଚେତ୍ ତୁମ୍ଭମାନଙ୍କର ବିଶ୍ୱାସ ବୃଥା।3. ମୁଁ ପ୍ରାପ୍ତ ହୋଇଥିବା ଗୋଟିଏ ଶିକ୍ଷା ତୁମ୍ଭମାନଙ୍କୁ ଜଣାଇ ଅଛି। ତାହା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତାହା ହେଉଛି, ଧର୍ମଶାସ୍ତ୍ରରେ ଲିଖିତ ହୋଇଥିବା ପ୍ରକାରେ, ଖ୍ରୀଷ୍ଟ ଆମର ପାପ ପାଇଁ ମୃତ୍ୟୁଭୋଗ କଲେ, ଯିଶାଇୟ ୫୩:୫-୧୨। 4. ସମାଧିସ୍ଥ ହେଲେ ଓ ତୃତୀୟ ଦିନରେ ଉତ୍ଥିତ ହେଲେ।ଗୀତ. ୧୬:୮-୧୦; ମାଥିଉ ୧୨:୪୦; ପ୍ରେରିତ ୨:୨୪-୩୨। 5. ସେ ପିତର ଏବଂ ପରେ ତାଙ୍କର ଦ୍ୱାଦଶ ଶିଷ୍ୟଙ୍କୁ ଦର୍ଶନ ଦେଇଥି ଲେ। ମାଥିଉ ୨୮:୧୬-୧୭; ମାର୍କ ୧୬:୧୪; ଲୂକ ୨୪:୩୪,୩୬; ଯୋହନ ୨୦:୧୯। 6. ତା’ପରେ ସେ ଏକ ସଙ୍ଗେ ତାଙ୍କର ପାଞ୍ଚ ଶହରୁ ଅଧିକ ଅନୁଗାମୀଙ୍କୁ ଦର୍ଶନ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ଏବେ ଜଗତରେ ନାହାନ୍ତି, କିନ୍ତୁ ଅଧିକାଂଶ ଜୀବିତ ଅଛନ୍ତି। 7. ଏହା ପରେ ସେ ଯାକୁବ ଓ ସମସ୍ତ ପ୍ରେରିତ ଶିଷ୍ୟଙ୍କୁ ଦର୍ଶନ ଦେଲେ।8. ସର୍ବଶେଷରେ ସେ ମୋ’ ପରି ଜଣେ ଅକାଳଜାତକୁ ମଧ୍ୟ ଦର୍ଶନ ଦେଇଛନ୍ତି। ପ୍ରେରିତ ୯:୩-୬। 9. ପ୍ରେରିତ ଶିଷ୍ୟମାନଙ୍କ ମଧ୍ୟରେ ମୁଁ ସବୁଠାରୁ ନିକୃଷ୍ଟ, ଏପରି କି ପ୍ରେରିତ ନାମର ଯୋଗ୍ୟ ନୁହେଁ, କାରଣ ମୁଁ ଈଶ୍ୱରଙ୍କ ମଣ୍ଡଳୀକୁ ନିର୍ଯ୍ୟାତିତ କରିଛି। ପ୍ରେରିତ ୮:୩। 10. କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି। 11. ତେଣୁ ମୁଁ ହୁଏ ବା ସେମାନେ ହୁଅନ୍ତୁ, ଆମେ ସମସ୍ତେ ସେହି ଏକ କଥା ପ୍ରଚାର କରୁଛୁ ଓ ତୁମ୍ଭେମାନେ ସେଥିରେ ବିଶ୍ୱାସ କରିଛ।
...more
View all episodesView all episodes
Download on the App Store

==="सभी लोगों के लिए अच्छी खबर" -(हिंदी,বাঙালি,తెలుగు,मराठी,தமிழ்,اردو,ગુજરાતી,ಕನ್ನಡ,മലയാളം,ଓଡ଼ିଆ,ਪੰਜਾਬੀ,Ôxômiya,etc.)-संख्या से सर्वाधिक बोली जाने वाली भाषाओं (१-१२) भारत में // (Hindi,,Bengali,Telugu,Marathi,Tamil,Urdu,Gujarati,Kannada,Malayalam,OBy Tze-John Liu