ଛୋଟ ପିଲାଙ୍କୁ ପାଠ ପଢ଼ାଇବା ତଥା ସେମାନଙ୍କ ଯତ୍ନ ନେବା ପାଇଁ ପ୍ରତ୍ୟେକ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି। ଏଠି ପିଲାମାନେ ଖେଳକୂଦରେ ଭାଗ ନିଅନ୍ତି। ଫଳରେ ସେମାନଙ୍କ ଶାରୀରିକ ତଥା ମାନସିକ ବିକାଶ ହୋଇଥାଏ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ସ୍ଵତନ୍ତ୍ରତା ଦିବସ’ ଅଧ୍ୟାୟରେ ଛୋଟ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ପଠାଇବା ଉପରେ ଗୁରୁତ୍ଵ ଦିଆଯାଇଛି।