Sign up to save your podcasts
Or
x......x
ବୁଦ୍ଧଙ୍କ କପିଳବାସ୍ତୁ ପରିକ୍ରମା ବେଳେ ଯୁବରାଣୀ ଯଶୋଧାରା ଆଶା କରିଥିଲେ ବୁଦ୍ଧଙ୍କ ହୃଦୟରେ ଏକମାତ୍ର ପୁତ୍ରଟି ପ୍ରତି ମମତା ଏବଂ କର୍ତ୍ତବ୍ୟବୋଧ ଜାଗରୁକ କରି ସେ ତାଙ୍କୁ ସଂସାରାଭିମୁଖୀ କରିପାରିବେ ହୁଏତ । ତାଙ୍କ ପରାମର୍ଶରେ ପୁତ୍ର ରାହୁଳ ଯାଇ ବୃଦ୍ଧଙ୍କୁ ଅଭିବାଦନ ଜଣାଇଲେ । ସେତକ ଗ୍ରହଣ କରିବାର ଇଙ୍ଗିତ ଦେବା ଛଡ଼ା ବୃଦ୍ଧ ଅନ୍ୟକୌଣସି ପ୍ରକାର ସ୍ବୀକୃତି ତାକୁ ଦେଲେ ନାହିଁ । ପୁନର୍ବାର ଯେତେବେଳେ ରାହୁଳ ଯାଇ ନମ୍ର ଭାବରେ କହିଲେ, “ପିତା ! ମୋର ଉତ୍ତରାକାର ମୋତେ ଦିଅନ୍ତୁ ।”
ବୁଦ୍ଧ ତାଙ୍କୁ ଧରାଇଦେଲେ ଭିକ୍ଷା ପାତ୍ର । ସାରୀପୁରଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କ ମସ୍ତକ ମୁଣ୍ଡନ କରି ଦେବା ନିମନ୍ତେ । ସେତେବେଳେ ରାହୁଳଙ୍କୁ ନଅବର୍ଷ ।
କସ୍ମିନ୍କାଳେ ରାହୁଳଙ୍କୁ ଗୁରୁ-ପୁତ୍ର ଭାବରେ ତିଳେ ମଧ୍ୟ ସ୍ବତନ୍ତ୍ର ସୁବିଧା ସୁଯୋଗ ମିଳି ନାହିଁ । ଜେତବନ ଶିବିରରେ ରାହୁଳ ଯେଉଁ କୋଠରିରେ ରହୁଥିଲେ, ତାହା ଅନ୍ୟ ଜଣେ ବୟସ୍କ ଭିକ୍ଷୁକ ନିମନ୍ତେ ଉଦ୍ଦିଷ୍ଟ ଥିଲା । ସେ ଭିକ୍ଷୁ ଜଣକ ଭ୍ରମଣରୁ ପ୍ରତ୍ୟାବର୍ତ୍ତନ କରି ନିଶାର୍ଦ୍ଧରେ ଶିବିରରେ ପହଞ୍ଚନ୍ତେ ରାହୁଳ ତାଙ୍କୁ ତାଙ୍କ କୋଠରି ଛାଡ଼ିଦେଲେ । କିନ୍ତୁ ସେତେ ରାତିରେ ଶିବିରର ବ୍ୟବସ୍ଥାପକମାନଙ୍କୁ ଉଠାଇ ନିଜ ପାଇଁ ସେ କୌଣସି ବ୍ୟବସ୍ଥା କରାଇ ନପାରି ବାହାରେ ବସିଥାନ୍ତି । ହେଲା ବର୍ଷା ।
“କିଏ ?”
ପ୍ରଶ୍ନ ଶୁଣି ଆଶାୟୀ ରାଜପୁତ୍ର କହିଲେ, “ମୁଁ ରାହୁଳ !''
ପ୍ରଶ୍ନକର୍ତ୍ତା ଆଉ କିଛି ନ କହି ଚାଲିଗଲେ ।
ସେ ପ୍ରଶ୍ନକର୍ତ୍ତା ସ୍ଵୟଂ ବୁଦ୍ଧ । ବାଳକ ରାହୁଳଙ୍କ ମନରେ ଯଦି ବିକ୍ଷୋଭ ବଳବତ୍ତର ହୋଇଥିବ, ତେବେ ତାଙ୍କୁ ଦୋଷ ଦେବାର ଅଧୁକାର ଆମର ଅଛି କି ?
x.....x
ସାଧନା-ନିବିଷ୍ଟ ରାହୁଳ ତେଣିକି ହେଲେ ସଭିଙ୍କ ସକାଶେ ଜଣେ ଆଦର୍ଶ ଦୃଷ୍ଟାନ୍ତ । ଦିନେ ସେ ସାରୀପୁତ୍ତଙ୍କ ସହ ଏକ ଜନପଦକୁ ଯାଇଥାନ୍ତି ଭିକ୍ଷା ନିମନ୍ତେ । ଜଣେ କ୍ରୁର ପ୍ରକୃତିର ଗୃହସ୍ବାମୀ ସାରୀପୁତ୍ତଙ୍କ ପାତ୍ରରେ ଥୋଇଦେଲା ମୁଠାଏ ମାଟି । ଆଉ ମୁଠାଏ ମାଟି ସେ ଛାଟିଦେଲା ସୁକୁମାର-ତନୁ ରାହୁଳଙ୍କ ଉପରକୁ । ଜିତେନ୍ଦ୍ରିୟ ସାରୀପୁତ୍ତ ଲକ୍ଷ୍ୟ କରୁଥାନ୍ତି ରାହୁଳଙ୍କୁ । ରାହୁଳ ନିଶ୍ଚୟ ଅପମାନିତ ବୋଧ କରିଥିଲେ । ଗୃହସ୍ବାମୀଙ୍କୁ ହୁଏତ ସେ ଦୁଇପଦ ଶୁଣାଇଥାନ୍ତେ; କିନ୍ତୁ ସାରୀପୁତ୍ତଙ୍କ ସୌମ୍ୟବଦନ ନିରବରେ ତାଙ୍କୁ ସେଥିରୁ ନିବୃତ୍ତ କଲା ।
ସେଭଳି କ୍ଷେତ୍ରରେ ଜଣେ ଭିକ୍ଷୁ ହୁଏତ ବିନା ବାକ୍ୟ ବ୍ୟୟରେ ଚାଲିଯିବ, ନଚେତ୍ ନିଜ ପ୍ରବୃଦ୍ଧ ଚେତନା ନିଃସୃତ ବାଣୀ ଶୁଣାଇବ । ଭିକ୍ଷୁ ଜୀବନର ପ୍ରଥମ ପର୍ଯ୍ୟାୟରେ ବୁଦ୍ଧ ତା’ର ଦୃଷ୍ଟାନ୍ତ ରଖୁଥିଲେ । ଦିନେ ସେ ଭିକ୍ଷାପାତ୍ର ହସ୍ତେ ଜଣେ ଗୃହସ୍ଥଙ୍କ ଦ୍ବାରଦେଶରେ ଉଭା ହୁଅନ୍ତେ ଗୃହସ୍ଥ ତାଙ୍କୁ ନିର୍ମମ ଭାଷାରେ ତିରସ୍କାର କରିବାକୁ ଲାଗିଲା । ଅତିଥି ଜଣକ ସ୍ଵୟଂ ବୁଦ୍ଧ ବୋଲି ଅବଶ୍ୟ ସେ ଜାଣିନଥିଲେ। କିନ୍ତୁ ଜାଣି ଥିଲେ ବି ହୁଏତ ତା’ ଦୁର୍ଭାଷାରେ କିଛି ବ୍ୟତିକ୍ରମ ହୋଇନଥାନ୍ତା କାରଣ ସେ ବୁଦ୍ଧଙ୍କ ଉପରେ ହିଁ ଗାଳି ବର୍ଷଣ କରୁଥାଏ ।
ନିଜର କୁଶବ୍ଦ ଭଣ୍ଡାର ନିଃଶେଷ ହେବା ଯାଏ ଏବଂ ଆକ୍ରମଣ ପାଇଁ ଉତ୍ସାହ କ୍ରମେ ନିସ୍ତେଜ ହେବା ଯାଏ ଲୋକଟି ଚିତ୍କାର କରୁ ଥାଏ । ତା'ପରେ ସେ ସଚେତନ ହେଲା ଯେ ଅତିଥିଙ୍କ ପ୍ରଶାନ୍ତ ବଦନରେ ତିଳେ ବି ଭାବାନ୍ତର ହୋଇ ନାହିଁ । ସେ ନିଶ୍ଚଳ ଦଣ୍ଡାୟମାନ । ସତେ ଯେପରି ତାଙ୍କ ନିରବତାର ରହିଛି ଏକ ଯାଦୁଶକ୍ତି - ଯାହାଦ୍ବାରା ତାହା ଅନ୍ୟ କାହାରି ହୃଦୟର କୋଳାହଳକୁ ବି ସ୍ତବ୍ଧ କରିଦେବ ।
ଗୃହସ୍ଥ ଚୁପ୍ଚାପ୍ ବୁଦ୍ଧଙ୍କ ଉତ୍ତରକୁ ଅପେକ୍ଷା କଲେ । ବୁଦ୍ଧ କିନ୍ତୁ ନିର୍ବାକ୍ । | (ମନେ ପଡୁଛି ଏ ଯୁଗର ଜଣେ ଲେଖକ ଜି.କେ. ଚେଷ୍ଟାରଟନ୍ଙ୍କ ଉକ୍ତି : “ନିରବତା ହିଁ ଅସହ୍ୟ ଜବାବ !'' Silence is the unbearable repartee.) ଦବିଯାଇ ଗୃହସ୍ଥ ଜଣକୁ ପଚାରିଲା, “କ'ଣ ! କିଛି କାହିଁ କହୁ ନାହଁ ତ !”
“ବୁଦ୍ଧ ମୃଦୁ ହସି କହିଲେ, “ମୋ ହାତରେ ଏ ଭିକ୍ଷା ପାତ୍ରଟି ଦେଖୁଛ ?” ଅବଶ୍ୟ ଦେଖୁଛ ?”
“ଧର ମୁଁ ଏ ଗୋଟିକ ତମକୁ ଦେବି, କିନ୍ତୁ ତମେ ଗ୍ରହଣ କରିବାକୁ ନାସ୍ତି କରିଦେବ । ତେବେ ପାତ୍ରଟି ଯିବ କୁଆଡ଼େ ?”
“କି ଅନାବଶ୍ୟକ ପ୍ରଶ୍ନ କରୁଛ ଭିକ୍ଷୁ ! ମୁଁ ଗ୍ରହଣ ନକଲେ ପାତ୍ରଟି ତମରି ହୋଇ ରହିବ !''
“ଠିକ୍ କହିଲ ଗୃହସ୍ବାମୀ ! ତମେ ଯେତେ କ୍ରୋଧ, ଯେତେ ରୁକ୍ଷ କର୍କଶ ବାକ୍ୟ ମୋତେ ଅର୍ପଣ କରୁଥିଲ, ସେସବୁ ମୁଁ ଗ୍ରହଣ କରିନାହିଁ । ଅତଏବ ସେସବୁ କୁଆଡ଼େ ଗଲେ ତମେ ବୁଝୁଥିବ !'
ବୁଦ୍ଧଦେବ ଅଗ୍ରସର ହେଲେ । ଗୃହସ୍ବାମୀ ମନ୍ତ୍ରଚାଳିତବତ୍ ତାକୁ ଅନୁସରଣ କଲେ । ପାଇଲେ ତାଙ୍କ ପରିଚୟ । ତାଙ୍କ ବାଣୀ ତାଙ୍କୁ ଭଦ୍ବେଳିତ କଲା । ଯେତେ କୁବାକ୍ୟ, ଯେତେ ଦ୍ବେଷ ସେ ପ୍ରକଟ କରିଛନ୍ତି, ସେସବୁ ତେବେ ତାଙ୍କରି ପ୍ରାପ୍ୟ ! ନିଜେ ସେ ବିଷର ଉତ୍ସ; ପୁଣି ନିଜେ ହିଁ ସେ ବିଷର ଗ୍ରହିତା ! ଯଥା ସମୟରେ ବୁଦ୍ଧଙ୍କୁ କ୍ଷମା ପ୍ରାର୍ଥନା କରି ସେ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ ।
ରାହୁଳ ସେଦିନ ଯେପରି ସ୍ୱତଃସ୍ଫୁର୍ତ୍ତ ରୀତିରେ ଆତ୍ମ ସମ୍ବରଣ କଲେ, ତାହା ତାଙ୍କ ଚେତନାକୁ ଏ ଅଭିନବ ଆଲୋକପ୍ଲାବିତ ସ୍ତରକୁ ଉନ୍ନୀତ କଲା । ମାତ୍ର କୋଡ଼ିଏ ବର୍ଷ ବୟସରେ ସେ ନିର୍ବାଣ ଲାଭର ଅଧ୍ୟକାରୀ ହେଲେ । ତେବେ ଏକାବନ ବର୍ଷ ବୟସରେ ସେ ଇହଧାମରୁ ବିଦାୟ ନେଲେ - ବୁଦ୍ଧଙ୍କ ଜୀବଦଶାରେ ।
x.......x
“କିଏ ବା ବିଷର ଉତ୍ସ, କିଏ ବା ତା’ର ଗ୍ରହିତା”- ଶ୍ରୀ ମନୋଜ ଦାସ – “ଅଜଣାର ଅନ୍ବେଷଣେ”