ହାତ ପରିଷ୍କାର ରହିଲେ ରୋଗ ଜୀବାଣୁ ଶରୀରକୁ ଯାଇପାରେ ନାହିଁ। ଖାଇବା ପୂର୍ବରୁ ଏବଂ ପରେ, ଶୌଚ ହେବା ପରେ ହାତକୁ ସାବୁନରେ ଭଲ କରି ଖୋଇବା ଦରକାର। ଏହା ଆମ ଶରୀରକୁ ଅନେକ ରୋଗ ଜୀବାଣୁଠାରୁ ରକ୍ଷା ଦେଇଥାଏ। ହେଲେ ଆଜି ବି ଗାଁ ଗହଳୀରେ ପାଉଁଶ, ମାଟି ଏବଂ ଅନ୍ୟାନ୍ୟ ଜିନିଷର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହା ଦ୍ୱାରା ହାତ ସଫା ହୁଏନାହିଁ। ଫଳରେ ରୋଗ ଜୀବାଣୁ ପେଟ ଭିତରକୁ ଯାଇ ବିଭିନ୍ନ ସଂକ୍ରମଣ ସହ ରୋଗ ସୃଷ୍ଟି କରିଥାଆନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଲାଲାଜୀଙ୍କ ଭୋଜି’ ଅଧ୍ୟାୟରେ ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ଵ ଦିଆଯାଇଛି।