ବାହାରକୁ ଶୌଚ ଯିବା ଆଦୌ ଉଚିତ ନୁହେଁ। ବାହାରକୁ ଶୌଚ ଯିବା ଫଳରେ ବାହାରର ରୋଗ ଜୀବାଣୁ ଆମ ଦେହରେ ବିଭିନ୍ନ ଉପାୟରେ ପ୍ରବେଶ କରିଥାନ୍ତି। ଯାହା ଦ୍ୱାରା ଆମେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହା ସହ ବାହାରକୁ ଶୌଚ ଯିବା ଏକ ସମ୍ମାନଜନକ କଥା ନୁହେଁ। ମୀନା ଅଡିଓ ସିରିଜ 'ମୀନାର ବଡ଼ ଜେଜେମା' ଅଧ୍ୟାୟରେ ପାଇଖାନା ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।