ବିଗତ ଅନେକ ଦଶନ୍ଧିରେ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପ ଅନେକ ଉନ୍ନତି କରିଥିବା ସତ୍ତ୍ୱେ କୌଣସି ଉଲ୍ଲେଖନୀୟ ଚଳଚ୍ଚିତ୍ର ନିର୍ମାଣ କରି ପାରିନାହିଁ । ଅନ୍ୟ ଭାଷାର ଚଳଚ୍ଚିତ୍ରର ଅନୁସରଣରେ କେବଳ କପି ପେଷ୍ଟ ସିନେମା ତିଆରି ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି ସମାନ୍ତରାଳ ସିନେମା କ୍ଷେତ୍ରରେ ଓଡ଼ିଶା ବିଶ୍ବସ୍ତରରେ ସମ୍ମାନିତ ମଧ୍ୟ ହୋଇଛି ।