Sign up to save your podcasts
Or
x....x
ବିମ୍ବିସାର ତଥା ତାଙ୍କ ପାଟରାଣୀ ଥାନ୍ତି ବୁଦ୍ଧଙ୍କର ଏକାନ୍ତ ଭକ୍ତ । ଦେବଦତ୍ତର ପ୍ରରୋଚନାରେ ଅଜାତଶତ୍ରୁ ପିତାଙ୍କୁ ବଧ କରିବାକୁ ସ୍ଥିରକରି ଏକ ନିଶାର୍ଦ୍ଧରେ ପିତ୍ରୁ ପ୍ରକୋଷ୍ଠରେ ପଶିବାକୁ ଗଲାବେଳେ ତାଙ୍କୁ ଧରିପକାଇଲା ରାଜାଙ୍କର ବ୍ୟକ୍ତିଗତ ସତର୍କ ପ୍ରହରୀ । ବିଚଳିତ ଅଜାତଶତ୍ରୁର ପରିଧାନ ଭିତରୁ ଖସିପଡ଼ିଲା ତରବାରି । ଅସ୍ତ୍ର ସମେତ ରାଜପୁତ୍ରକୁ ପ୍ରହରୀ ନେଇଯାଇ ରାଜାଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତେ ବିସ୍ମିତ ରାଜା ପ୍ରଶ୍ନ କଲେ, “ତରବାରି ଧରି ମୋ ପ୍ରକୋଷ୍ଠକୁ କାହିଁକି ନିଶାର୍ଦ୍ଧରେ ଆସୁଥିଲୁ, ବାପା ? ମୋତେ ହତ୍ୟାକରି ସିଂହାସନରେ ବସିବା ନିମନ୍ତେ ?"
ଅଜାତଶତ୍ରୁ ଥରିଥରି ତାହାହିଁ ତା’ର ଉଦ୍ଦେଶ୍ୟ ଥିଲା ବୋଲି ସ୍ୱୀକାର କଲା ।
ରାଜା ଦୀର୍ଘ ନିଃଶ୍ବାସ ଛାଡ଼ି ତା’ଆଡ଼େ ଅନାଇ ରହିଲେ । ଇଏ ଭୂମିଷ୍ଠ ହେବା ପୂର୍ବରୁ ଜଣେ ଦେବଜ୍ଞ ଜ୍ୟୋତିଷ କହିଥିଲେ- ଭବିଷ୍ୟତରେ ସେ ହେବ ପିତୃଦ୍ରୋହୀ । ରାଜାରାଣୀ ସେ ସତର୍କବାଣୀ ଭୁଲିଯିବାକୁ ଚେଷ୍ଟା କରି ଥିଲେ । ଥରେ ଶିଶୁ । ଅଜାତଶତ୍ରୁର ଗୋଟିଏ ଅଙ୍ଗୁଳିରେ ଭୀଷଣ ଘା’ହୋଇ ସେ କଷ୍ଟ ପାଆନ୍ତେ ରାଜା ସମଗ୍ର ରାତି ଅଙ୍ଗୁଳିଟିକୁ ନିଜ ମୁହଁ ଭିତରେ ରଖି ତା’ଯନ୍ତ୍ରଣା ଲାଘବ କରିଥିଲେ ଓ ସେ ଘା’ ନିସୃତ ପୂଜରକ୍ତ ନିଜେ ପାନ କରିଥିଲେ- ଅଙ୍ଗୁଳିଟି ମୁହଁରୁ ବାହାର କରିବା ମାତ୍ରେ ଶିଶୁ ଚିତ୍କାର କରିବା ଯୋଗୁଁ ।
ନିରବରେ ସେକଥା ସ୍ମରଣ କରୁଥିଲେ ରାଜା ସଙ୍ଗେ ସଙ୍ଗେ ସ୍ମରଣ କରୁଥିଲେ ତଥାଗତ ବୁଦ୍ଧଙ୍କ ବାଣୀ : ମାନ ଅଭିମାନର ଉର୍ଦ୍ଧ୍ବକୁ ଯାଇ ଯିଏ କ୍ଷମାଚରଣ କରିପାରେ, ମୁକ୍ତି ଦିଗରେ ତା’ର ମାର୍ଗ ହୋଇପାରେ ପ୍ରଶସ୍ତ
x.......x
ସେ ଅଳ୍ପଦୂର ଯାଇଛନ୍ତି, ପଛରୁ ଶୁଭିଲା ଏକ ପ୍ରଚଣ୍ଡ ହୁଙ୍କାର :"ରୋକୋ, ପଥଚାରୀ ରୋକୋ!”
ବୁଦ୍ଧ ନ ଶୁଣିଲା ଭଳି ଅଗ୍ରସର ହେବାକୁ ଲାଗିଲେ । ହୁଙ୍କାରର ପୁନରାବୁତ୍ତି କରି କେତୋଟି ଲମ୍ପରେ ଆସି ତାଙ୍କ ଆଗରେ ଠିଆ ହେଲା ପ୍ରଚଣ୍ଡ-ଦର୍ଶନ ଏକ ଯୁବକ ।
“ମୁଁ ତମକୁ ରୋକିବାକୁ କହିଲିଟି ?” ସେ ପ୍ରଶ୍ନ କଲା ।
“ଅଙ୍ଗୁଳିମାଳା ! ମୁଁ ତ କେବେହୁଁ ନିଜକୁ ରୋକିଛି । ତମେ ରୋକୁ ନାହଁ” ପ୍ରଶାନ୍ତ କଣ୍ଠରେ କହିଲେ ବୁଦ୍ଧ । ଦୃଷ୍ଟି ତାଙ୍କର ନିବଦ୍ଧ ସେ ଦୁର୍ଦ୍ଧର୍ଷ ନରଘାତକର ଆଖି ଉପରେ ।
“ତମେ ମୋ ନାମ ଶୁଣିଛି ଦେଖୁଛି । ତଥାପି ତମର ଏଡ଼େ ସାହସ ? ଆଛା, ତମେ ରୋକିଛ, ମୁଁ ରୋକି ନାହିଁ ବୋଇଲେ କ'ଣ ବୁଝାଉଛ ?” ପ୍ରଶ୍ନ କଲେ କୌତୁହଳୀ ଯୁବକ ।
“ଯେଉଁସବୁ କୁପ୍ରବୃତ୍ତି ଓ କୁକର୍ମ ରୋକିଲେ ମଣିଷ ମଣିଷ-ପଦବାଚ୍ୟ ହୋଇପାରିବ, ମୁଁ ସେସବୁ ରୋକିଛି । ତମେ ରୋକି ନାହିଁ ।”
“ମୁଁ ମଣିଷକୁ ଘୃଣା କରେ । କୌଣସି ମଣିଷ ଭଲ ନୁହେଁ । ତେଣୁ ମୁଁ ମାରେଁ ।”
“ମାରିଦେଇ ତୁମେ ମଣିଷକୁ ଭଲ କରିଦେବ ? ବୁଝୁଛି, ତମ ଜୀବନରେ ଏଭଳି କୌଣସି ଦୁଃଖଦାୟକ ଅଭିଜ୍ଞତା ହୋଇଛି ଯାହା ଯୋଗୁଁ ତମେ ବନିଛ ହିଂସ୍ର । କିନ୍ତୁ ତମେ ମଣିଷର କେବଳ ଅନ୍ଧକାର ଦିଗଟି ଦେଖିଛ, ତା’ଭିତରେ ଥିବା ଆଲୋକ ଦେଖି ନାହିଁ । ମୁଁ ଦେଖିଛି । ତମ ଭିତରେ ବି ଦେଖୁଛି ।”
“ମୋ ଭିତରେ ଆଲୋକ ? ଏହି ନରଘାତୀ ମହାପାପୀ ଭିତରେ ?” ବିସ୍ମୟ, ଆଶା, ଆବିଷ୍କାର ପୁଣି ସଂଶୟ -ଏ ବହୁ ପ୍ରକାର ଭାବର ସମାବେଶରେ ଭଗ୍ନ କଣ୍ଠରେ ଚିତ୍କାର କଲା ଅଙ୍ଗୁଳିମାଳା । ସେ ଥରି ଥରି ତଳେ ବସି ପଡ଼ିଲା । ବୁଦ୍ଧ ତାକୁ ଉଠାଇଲେ । ସେଠାରେ ସେତେବେଳକୁ ପହଞ୍ଚି ଗଲେ ସାରୀପୁତ୍ତ, ଆନନ୍ଦ ଏବଂ ଅନ୍ୟ କେତେଜଣ ଭିକ୍ଷୁ । ସର୍ବ ସମକ୍ଷରେ ସେ ଦୁର୍ଦ୍ଦାନ୍ତ ହତ୍ୟାକାରୀ କଲା । ତରବାରି ତ୍ୟାଗ, ହେଲା ମୁଣ୍ଡିତ ମସ୍ତକ । ବୁଦ୍ଧ ତାଙ୍କର ଜଣେ ପ୍ରମୁଖ ଶିଷ୍ୟ ଉପାଲିଙ୍କୁ ନିର୍ଦ୍ଦେଶ ଦେଲେ ଅଙ୍ଗୁଳିମାଳାକୁ ଦୀକ୍ଷା ଦେବା ନିମନ୍ତେ ।
ବୁଦ୍ଧଙ୍କ ଦର୍ଶନ ଅବଶ୍ୟ ତାଙ୍କ ଜୀବଦଶାରେ ଅନେକେ ବୁଝିଥିବେ । ତଥାପି ସେ ‘ଅନେକ’ ସଂଖ୍ୟାଲଘୁ । ସେମାନଙ୍କ ତୁଳନାରେ ବହୁ ଅଧିକ ବ୍ୟକ୍ତି ତାଙ୍କର ପ୍ରବର୍ତ୍ତିତ ଆଚାର ଅନୁଷ୍ଠାନ ଅନୁସରଣ କରି ତୃପ୍ତ ରହୁଥିଲେ- ତାଙ୍କ ଶିକ୍ଷାର ମର୍ମ ନ ବୁଝିବା ସତ୍ତ୍ବେ । ତେବେ ମୁଷ୍ଟିମେୟ ଈର୍ଷ୍ୟୁକଙ୍କୁ ଛାଡ଼ିଦେଲେ ତାଙ୍କ ବ୍ୟକ୍ତିତ୍ବର ପ୍ରଭାବ, ତପସ୍ୟାଲିବ୍ଧ ତାଙ୍କ ଚେତନାର ବିକୀରିତ ଔଜ୍ଜ୍ବଲ୍ୟ ତାଙ୍କ ସଂସ୍ପର୍ଶରେ ଆସୁଥିବା ଅଧିକାଂଶ ନରନାରୀଙ୍କୁ ବିମୋହିତ କରୁଥିଲା ।
x.....x
“ଶେଷ ଆରତିର ଶିଖା”- ଶ୍ରୀ ମନୋଜ ଦାସ- “ଅଜଣାର ଅନ୍ବେଷଣେ”