ଶାରୀରିକ ଅକ୍ଷମତା ବ୍ୟକ୍ତି କୌଣସି କାମ କରିପାରିବନି ଭାବିବା ଆଦୌ ଉଚିତ ନୁହେଁ। ସେମାନଙ୍କୁ ସହଯୋଗ କଲେ ସେମାନେ ମଧ୍ୟ ସବୁ କାମ ସମ୍ଭବ କରିପାରିବେ। ସେମାନଙ୍କୁ ହେୟଜ୍ଞାନ ନକରି ଧୈର୍ଯ୍ୟର ସହ ସାହାଯ୍ୟ କରିବା ଫଳରେ ସେମାନେ ସବୁକିଛି କରିବାକୁ ସକ୍ଷମ ହୋଇପାରିବେ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ବନ୍ଧୁତାର ରହସ୍ୟ’ ଅଧ୍ୟାୟରେ ଶାରୀରିକ ଅକ୍ଷମତା ବ୍ୟକ୍ତିଙ୍କୁ ସବୁ ସମୟରେ ବନ୍ଧୁ ଭଳି ସାହାଯ୍ୟ କରିବା ଉଚିତ ବୋଲି ବାର୍ତ୍ତା ଦିଆଯାଇଛି।