ଦାନ୍ତର ସଠିକ୍ ଭାବେ ଯତ୍ନ ନ ନେଲେ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ଦାନ୍ତରୁ ରକ୍ତ ବାହାରିବା ଓ ଦୁର୍ଗନ୍ଧ ହେବା ଭଳି ସମସ୍ୟା ଉପୁଜିଥାଏ। ତେଣୁ, ଖାଇ ସାରିବା ପରେ ଦାନ୍ତ ଘଷିବା ନିହାତି ଜରୁରୀ। ଦିନକୁ ଅତି କମରେ ଦୁଇଥର ଦାନ୍ତ ସଫା କରିବା ଆବଶ୍ୟକ। ଉତ୍ତମ ସ୍ୱାସ୍ଥ୍ୟ ହିଁ ଆମ ସମ୍ପତ୍ତି। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ଏହି ଅଧ୍ୟାୟରେ ଦାନ୍ତର ଯତ୍ନ ଉପରେ ଗୁରୁତ୍ଵ ଦିଆଯାଇଛି।