କିଛି କଥା, କିଛି ବ୍ୟଥା ଓ କବିତା |

ଆଜିର କାହାଣୀ ..... ଭାରି ଅମାନିଆ ଏ ପ୍ରେମ Part 10


Listen Later

ପୁଅ-📞📞📞📞📞📞📞📞📞📞📞📞

ଝିଅ - ହଁ .. କୁହ ଧନ , କଣ କ୍ଲବ୍ ଆଡେ ଯିବ ନାହିଁ କି ?

ପୁଅ - ହଁ କ୍ଲବ୍‌ରେ ଅଛି ଯେ କାହିଁ ଇଚ୍ଛା ହେଉନି ସେମାନଙ୍କ ସହ ଖେଳିବାକୁ , ସେଥିପାଇଁ ଟିକେ କଥା ହୋଇଯାଏ କ୍ୟାରମ ଖେଳିବି ।

ଝିଅ - ମନ ତମର ଆଉ କୋଉଠି ଲାଗୁନି । ମୋତେ ଠିକ୍ ସେମିତି ଲାଗୁଛି କିନ୍ତୁ କଣ କରିବା ଆମେ ବହୁତ ଦୂରରେ ରହୁଛେ , ଯେ ଦେଖାହେବାକୁ ଇଚ୍ଛା କଲେ ହଜାର ଟଙ୍କା ସହ ୨ ଘଣ୍ଟାର ରାସ୍ତା ଅତିକ୍ରମ କରି ଆସିବାକୁ ହେବ !


ପୁଅ - ମୁଁ ବହୁତ ଜଲଦି ତୁମ ସହ ଦେଖା ହେବାକୁ ଯିବି । ଆର ସପ୍ତାହ ରେ ଯିବି । ତୁମକୁ ଦେଖି ଆସିବି ଟିକେ ଛୁଇଁ ଦେଇ ଆସିବି ।

ଝିଅ - ଉଁ ମୋର ବି ଭାରି ଇଚ୍ଛା ତୁମକୁ ଦେଖିବାକୁ ।

ପୁଅ - ଏବେ ରହୁଛି ରାତିରେ କଥା ହେବା ଧନ ସେମାନେ ଡାକି ଡାକି ଥକି ଗଲେଣି l

ଝିଅ-📞📞📞📞📞📞📞

ପୁଅ- busy


ପୁଅ - 📞📞📞📞📞📞📞📞📞

ଝିଅ - ନମ୍ବର ବିଜି 

ପୁଅ - ରାତି ଗୋଟାଏ ହେଲାଣି କାହା ସହ କଥା ହେଉଥିଲ l


ଝିଅ - ସାଙ୍ଗ ଫୋନ କରିଥିଲେ ଦୁଇ ଜଣ , ସେମାନେ କେବେ କେବେ ଲେଟ୍ ନାଇଟରେ ତାଙ୍କ କାମ ସରିଲେ ବୟଫ୍ରେଣ୍ଡଙ୍କ ସହ କଥା ସରିଲେ ଫୋନ କରନ୍ତି ।


ପୁଅ - ମୋ ଫୋନ ଦିଶୁନଥିଲା , ମୁଁ କଣ ଇମ୍ପୋଟାଣ୍ଟ୍‌ସ ନାହିଁ , ସ୍କ୍ରିନ୍ ସଟ୍ ଦେଲ କାହା ସହ କଥାହେଉଥିଲ ।


ଝିଅ - ଦଉଛି , ରାଗନି ସେମିତି କିଛି ନୁହେଁ ମୋର ଦୁଇଜଣ ହିଁ ସାଙ୍ଗ,  ପିଲା ବେଳରୁ ମୁଁ ତାଙ୍କୁ ବହୁତ ସମୟ ଦେଇ ପାରେନା କିନ୍ତୁ କେବେ କେବେ କଥା ହୁଏ ।


ପୁଅ - ହଉ, ଯେ ମୋତେ ଭଲ ଲାଗେନା ସେ ଝିଅ ହେଉ କି ପୁଅ ମୋ ସମୟ କେବଳ ମୋର ନା , ନା ତମର । ସବୁ ସମୟ କେବଳ ମୋର । ତୁମକୁ କାହା ସହିତ ମୁଁ ବାଣ୍ଟି ପାରିବିନି । ଦେଖିବନି ଘର ଲୋକଙ୍କ ସହବି କଥା ହେବାକୁ ଦେବିନି । କାମ କରିବି , କାମ ସରିଲେ ଆସି ତୁମ କୋଳରେ ବୁଝିଲ । ତୁମେ ମୋ ଜୀବନଟା ପରା , ଏ ଧନ ଆଇ ଲଭ୍ ୟୁ.. ଉମା ..


ଝିଅ - ତୁମ ରାଗକୁ ଜୀବନ ଯାକ ମୋର କିନ୍ତୁ ଡର ରହିବ, ତୁମେ ପ୍ରବଳ ରାଗି ସାଙ୍ଗେ ସାଙ୍ଗେ ରାଗି ଲାଲି ହୋଇଯାଉଛ ।


ପୁଅ - ମୋ ବୋଉ ପରେ ତୁମେ ତ ମୋତେ ବୁଝେଇ ଦେଉଛ, ମୋ ବୋଉ ବି ଦେଖୁଛି କି , ମୁଁ ଚିଡ୍ ଚିଡ୍ ହେଉନି ଖୁସି ରହୁଛି । ସେଥିପାଇଁ ସେ ଯେ ଟିକେ ନିଶ୍ଚିନ୍ତ ।


ଝିଅ - ମାନେ କଣ ?


ପୁଅ - ସେ କିଛି ନାହିଁ , ମୁଁ ଟିକେ ଜିଦିଆ , ମୋର ସବୁ ଦରକାର ସେ ବୁଝେ ମୋତେ ପାଖରେ ବସେଇ ବୁଝାଏ । ମୁଁ ରାଗିକି କିଛିବି ଲୋକଙ୍କୁ କୁହାକୁହି କରେ । କଲେଜ ରାଜନୀତିରୁ ଗାଁ ରାଜନୀତି ଯାଏ ମୋତେ ଡରନ୍ତି । 


ଝିଅ - ରାଗିଲେ କଣ ରାଜନୀତି କରିପାରିବ ?


ପୁଅ - ସେଇଠି ତ ଅଡୁଆ ହୋଇଯାଉଛି । କଣ କରିବି ତୁମେ ମୋ ଲାଇଫରେ ଆସିବା ଠାରୁ ମୋ ରାଗ ଟିକେ କମିଛି । ମାମୁଁ,ମାଇଁ, ମାଉସୀ ସମସ୍ତେ ଲକ୍ଷ୍ୟ କରୁଛନ୍ତି ।


ଝିଅ - ସତରେ,ଧନ ମୋ ଉପରେ ରାଗି ଯଦି ମୋତେ କେବେ ନିଜ ଠାରୁ ଅଲଗା କରିଦେବ ମୁଁ ଆତ୍ମହତ୍ୟା କରିଦେବି । ସହି ପାରିବିନି ।


ପୁଅ - ବେକାର କଥା ନକହି କେମିତି ଜଲଦି ଆମେ ପାଖକୁ ଆସିବା ଚେଷ୍ଟା କର । ଆମେ ବାହା ହୋଇଯାଇଛେ ତୁମେ ମୋ ସ୍ତ୍ରୀ,ମୁଁ ତୁମକୁ କଣ ଛାଡି ଦେବି ମୁଁ ତୁମ ପାଖକୁ କେମିତି ଯିବି ସାଙ୍ଗରେ କେମିତି ରହିବା ଏକଥା ଭାବୁଛି ।


ଝିଅ - ତୁମେ ପାଖକୁ ଯେବେ ମୋର ଆସିବ , ତାହା ଭାବିଲା ବେଳକୁ ମୋତେ ଡର ଲାଗୁଛି । ତୁମେ ଯେମିତି ସବୁ କହୁଛ ।


ପୁଅ - ଆଇ ଲଭ୍ ୟୁ  ଧନ ଆମେ ପ୍ରଥମ ଥର ପାଖକୁ ଗୋଟିଏ ଭଲ ଯାଗାରେ ଆସିବା ।


ଝିଅ - ହଁ ଫାଇଭ୍ ଷ୍ଟାର ହୋଟେଲରେ ...


...more
View all episodesView all episodes
Download on the App Store

କିଛି କଥା, କିଛି ବ୍ୟଥା ଓ କବିତା |By Dudnu TV