ପୁଅ - ଜଲଦି ଗାଡିରୁ ଓହ୍ଲେଇ କୋଲକୁ ପଳେଇ ଆସ ଏବେ ରାସ୍ତାରେ କେହି ନାହାନ୍ତି । ଏଇ ମୁଁ କେତେ ସମୟ ହେବ ଅପେକ୍ଷା କରି କେବଳ ତୁମକୁ କୋଳେଇ ନେବାକୁ ଅନେଇଥିଲି , ଆଇ ଲଭ୍ ୟୁ ଧନ
ଝିଅ - ଆଇ ଲଭ୍ ୟୁ , ଏବେ ତ ଛାଡ ରୋଡ୍ ସାଇଟ୍ ଟା କିଏ ଆସିଯିବ ।
ପୁଅ - ନାଁ ମ କେହି ନାହାନ୍ତି କୋଳରେ ଥାଅ । ଆସିଲେ ଛାଡିଦେବି ଯେତେବେଳେ ଯାଏ କେହି ଆସି ନାହାନ୍ତି , ପାଖରେ ଲାଗି କରି ଥାଅ , କିଛି ପାଟି କରନି ।
ଝିଅ - ଆରେ ମୁଁ ତୁମକୁ ଟିକେ ଦେଖେ ଆଖିପୁରେଇ ଛାଡ ମୋତେ ମୁହଁ ଦିଶୁନି ଯେ , ଏତେ ଜୋରରେ ମାଡିବସିଛ । ତୁମ ମୁହଁକୁ ଅନେଇବାକୁ ତ ଦିଅ ।
ପୁଅ - ମୁଁ ତୁମକୁ ବହୁତ ଭଲପାଏ , ଏ ଧନ ମୋ କଥା ମାନିବ , ଆଜି ଟିକେ ଡେରିରେ ଯିବ ।
ପୁଅ-ଯେମିତି ୮ ଟା କି ୮.୩୦ ରେ ।
ଝିଅ - ହଁ ଯେ ଯଦି ବର୍ଷା ଜୋର ହୁଏ ତୁମେ ଗାଁକୁ ଯିବ ଯେ , ଏତେ ଡେରିରେ ରାସ୍ତା ପୁରା ସୁନ୍ସାନ୍ । ବର୍ଷା ଦିନ
ପୁଅ - ତୁମେ ବ୍ୟସ୍ତ ହୁଅନା ମୁଁ ଯିବି । ଆଉ ଗାଁ କ୍ଲବ୍ରେ ଖାଇବା ହେଇଥିବ ସେମାନେ ଅପେକ୍ଷା କରିଥିବେ ମୁଁ ଖାଇକି ଯିବି ।
ଚିକେନ ହୋଇଥିବ ଜନ୍ମ ଦିନରେ , ମୁଁ ଗଲେ କେକ୍ କଟାଯିବ ।
ଝିଅ - ହଉ ଦେଖିବା,ରୁହ ଏଇ ମୋତେ ଛାଡ ମୋଚେ କୁତ୍ କୁତ୍ ଲାଗୁଛି । ମୋ ଗୋଡ ହାତ ଥରିଲାଣି , ଡରରେ
ପୁଅ - ଭୋକ , ଭୋକ ଲାଗିଲାଣି , ପକେଟରେ ଟିକେ ବର୍ଷା ହୋଇ ସବୁ ଓଦା ହୋଇଯାଇଛି । ଗୋଟେ ଜରି ଆଣି ରଖିଦେବା , ପାଖରେ କଣ କୋଉଠି ଖାଇବାକୁ ମିଳିବ କି ଜାଣିଛ । ଟିକେ କଣ ଆଣିବା ମିଶିକି ଖାଇବା ।
ଝିଅ - ଟିକେ ରୁହ ମୁଁ ଆସିବା ବେଳେ ଦେଖିଥିଲି , ଆରଚିଏସି ଗ୍ୟାଲେରୀ ଖୋଲାଥିଲା । କିନ୍ତୁ ତୁମେ ଏଠି ରହିଥାଅ , ମୁଁ ଏକା ଯାଇ ଆଣିବି । ସେ ମୋତେ ଜାଣେ , କଣ ଥିବ ଜାଣିନି , ଆସେ ।
ପୁଅ - ହଉ , ଜଲଦି ଆସିବ , ଲାଇନରେ ରୁହ କଲ କରୁଛି ।
ଝିଅ - ହଁ ହାଲୋ ଆସୁଛି ସରିଲା ।
ପୁଅ - କଣ ଆସୁଛି ଫୋନ କାହିଁ କାଟିଲ , ମୁଁ ପା କହିଲି କି ଲାଇନରେ ରହିବ ।
ଝିଅ -ରାଗନି , ଏଇତ ପାଖକୁ ଆସିଗଲି , ନିଅ ଆ ଛଡା ଆଉ କିଛି ନଥିଲା । ଆଉ ଗୋଟେ ଚକଲେଟ୍ ଆଣିଛି । ଆଉ କିଛି ସେଠି ନଥିଲା ।ମୁଁ ଏଟା ଆଣିଛି । ଜରିରେ କଣ ରଖିବ । ମୁଁ ଆସିଲି ତୁମ ଜୀବନରେ ପର୍ସରେ ରଖ । ଲକ୍ଷ୍ମୀ ସହ ଦେଲି , ସବୁବେଳେ ପୁରି ରହିଥାଉ ।
ପୁଅ - ପର୍ସ , ଧନ ଆଇ ଲଭ୍ ୟୁ , ଭଲ ହେଇଛି , କଣ ତା ଭିତରେ ଅଛି , ୫୦୧ ଟଙ୍କା , ଏଟା ପୁଣି କଣ ପାଇଁ ତମ ପାଖେ ପଇସା ଅଛି ଟି ତମ ପର୍ସ ଦେଖେଇଲ ।
ଝିଅ - ହଁ ଅଛି, ନିଅ ଦେଖ ମୋ ପର୍ସ , ଖାଲି ପର୍ସ ଦିଅନ୍ତିନି । ମୋ ପାଖେ ଅଛି ତୁମେ ବ୍ୟସ୍ତ ହୁଅନି ।
ପୁଅ - ତୁମେ ଖାଉନ , ତୁମେ କଣ ଖାଇକି ଆସିଥିଲ । ପାଖକୁ ଛିଡା ହୁଅ । ଆଜି ଆସିବା ବେଳେ ବାଟରେ ଗୋଟେ ଘର ଦେଖିଆସିଛି । ଟୁ ବିଏଚ୍କେ – ୧୨୦୦୦ ନେବ ଆଡଭାନ୍ସ କହୁଛି । ନେକ୍ସଟ ଟାଇମ୍ ଆସିଲେ ଯିବା ମିଶିକି ଦେଖିବା , ଆଜି ତ ରାତି ହେଲାଣି । ଭିଡିଓ ବନେଇଛି ପଠେଇବି ଦେଖିବ ଘର ଭିତର , ବୁଝିଲ ଧନ ଭାରି ମିସ୍ କରୁଛି , ମୁଁ ସବୁ ଖାଉ ଖାଉ ଖାଇସାରିଣି । ତୁମେ ଖାଇଲନି ଯେ ?
ଝିଅ - ମୋତେ ଭୋକ ନାହିଁ , ପାଣି ପିଅ ଧନ , ଏଇ ଜଲଦି ବାହା ହୋଇ ପାଖକୁ ପଳେଇ ଆସିବା । ମୋତେ ତୁମ ଘର ଲୋକଙ୍କୁ ଭାରି ଡର ।
ପୁଅ - ଆମେ ବାହା ହୋଇ ଯାଇଛେ । ଏ ଆଡୁ ସେ ଆଡୁ କିଛି କହିବା ଦରକାର ନାହିଁ । ଏଠି କେହି ନାହାନ୍ତି । ଯିବା ଆସିବା ବି କେହି କରୁନାହାନ୍ତି । ତୁମେ ଆଉ ଟିକେ ମୋ ପାଖକୁ ଆସ , ଯାହା ହେଉଛି ହେବାକୁ ଦିଅ । କିଛି ବି କୁହନି ମୁଁ ଆଜି ତୁମ ପାଖକୁ ନ ଆସିଲେ ଯିବିନି ଘରକୁ ।
ଝିଅ - କିନ୍ତୁ ରାସ୍ତା କଡରେ । ମୋତେ ଡର ଲାଗୁଛି । ନା ତୁମେ କିଛି ବୁଝୁନ । ଏ ସବୁ ଏଠି କଣ ଯେ , ଏମିତି ହେଉଛ ଧନ ଟିକେ ବୁଝ ଏ ଯାଗା ଠିକ୍ ନୁହେଁ । ଧନ ଏ ଧନ ପ୍ଲିଜ୍ ଧନ ବୁଝତ ..