କିଛି କଥା, କିଛି ବ୍ୟଥା ଓ କବିତା |

ଆଜିର କାହାଣୀ ..... ଭାରି ଅମାନିଆ ଏ ପ୍ରେମ Part 16


Listen Later

ପୁଅ - 📞📞📞📞


ଝିଅ - ହାଲୋ ଧନ କୁହ , କିଛି ଭଲ ଲାଗୁନି , ମନଟା କାହିଁ ଯେ ଗୋଳେଇ ଘାଣ୍ଟି ହେଉଛି ।


ପୁଅ - କଣ ହେଲା , କୋଳରେ ତୁମକୁ ମୁଁ ଭାରି ମିସ୍ କରୁଛି । ତୁମକୁ ଛୁଇଁବା ପାଇଁ ଇଚ୍ଛା ହେଉଛି , ଭୁବନଶ୍ୱର ରୁ ଗାଁ ଦୁର ଆଉ ଭଲ ଲାଗୁନି , କେବେ କେଜାଣି ସବୁ ଠିକ୍ ହେବ ଆଉ ତୁମେ ମୁଁ ନ ହୋଇ ଆମେ ମିଶି କରି ରହିବା ।


ଝିଅ - କଣ ସବୁ ଠିକ୍ ହେବ , ସମୟ ତ କେବଳ ଗଡି ଗଡି ଚାଲିଛି , ଆଉ ସବୁ ଯେମିତି ସେଇ ଜାଗାରେ ରହି ଯାଇଛି । ଏଇତ ଏଇ ରାତି ନୁହେଁ ଯେମିତି କାଳ, ଅନେକ ଦୁଃସ୍ୱପ୍ନ , ଅନେକ ଚିନ୍ତା ସହ ତୁମ ଛୁଆଁର ସେ ମିଠା ଅନୁଭୂତି , ସେଇଠି ସେଇକ୍ଷଣି ରହି ଯାଇ ନଥାନ୍ତା । ସମୟ , ମୁଁ ରହିଯାଇଥାନ୍ତି ସ୍ଥିର ହୋଇ ତୁମ କୋଳର ପରଷରେ କିନ୍ତୁ ଏ ସବୁ କଣ ସମ୍ଭବ । 


ପୁଅ - ଏଇ ଏମିତି କୁହନି ମୋ ଦେହବି ମାନୁନି ମୋତେ କାନ୍‌ଗ ଲାଗୁଛି, ମୁଁ ତୁମକୁ ଏବେ ଦୂରରେ ଯେ ଛାଡି ଆସିଛି , ମୋତେ କେମିତି ଲାଗୁଛି ମୁଁ ଜାଣେ । ଧନ , ମୁଁ କଣ କରିବି ମୋତେ ଟିକେ ସଜେସନ୍ କର , ସବୁକିଛି ସବୁ ଠିକ୍ ହେବା ପାଇଁ । ମୁଁ ଭାବିଛି, ଆଜି ଗାଁ ପିଲାଙ୍କ ସହ କଥା ହୋଇଛି । ଗୋଟିଏ ଏନଜିଓ ଗଢିବି , ସେବା କରିବା ସହ ସେଥିରେ କିଛି ପଇସା ଆସିବ । ତୁମେ ନୁହେଁ

 ମୁଁ ବି କିଛି ତୁମକୁ ହାତ ବଢେଇ ପାରିବି ।


ଝିଅ - ହଁ , କର ତାହା ତୁମ ରାଜନୀତି ପାଇଁ ମଧ୍ୟ ସହଯୋଗ କରିବ , ତୁମକୁ ଯଥାଶୀଘ୍ର ଓଡିଶା ସାରା ଜାଣି ଯିବେ । ଏକ ପ୍ରକାର ସଙ୍ଗଠନ ହୋଇଯିବ , ଯେ


ପୁଅ - ତୁମକୁ ତ ବହୁତ କଥା ଜମା , ଏଇ ତୁମେ ଯିବା ବେଳେ ନା ବହୁତ ସୁନ୍ଦର ଲାଗୁଥିଲ । ଗୋଟେ ପ୍ରକାରର ପୂର୍ଣ୍ଣତା ତୁମ ସେଇ ଢଳ ଢଳ ଆଖିରେ ଥିଲା । ଅନେକ କିଛି କହୁଥିଲା । ତୁମେ ମୋ ସହ ଖୁସି ତ ଧନ । ଅନେକ ଖୁସି ସମୟ ଆଉ ସୁଯୋଗ ମିଳିଲେ ତୁମ ଦେହ ମନରେ ସବୁ ଅଜାଡି ଦେବି । ଘର ନେଇ ଯିବା । ଘରେ ଦେଖା ହେବା , ମୁଁ ବହୁତ ଜଲଦିରେ ସବୁ କରିବାକୁ ଚାହୁଁଛି, ତୁମେ ତ ମୁହଁ ଖୋଲି ୮, ୯ ମାସରେ କହିପାରୁନ , କେବେ ତୁମ ସେ ଲାଜ ଯିବ ଆଉ ତୁମେ ସବୁ ମୋତେ କହିପାରିବ କେଜାଣି ।


ଝିଅ - କୋଉ କଥା, ତୁମେ ଏସବୁ କାହିଁ ଭାବୁଛ ଯେ, ମୁଁ କେବଳ କିପରି ତୁମ ସହ ସଂସାର କରିବି ଆମର ଘର ସଂସାର ହେବ ଭାବୁଛି ।


ପୁଅ - ନିଶ୍ଚୟ ହେବ ଘର ସଂସାର ହେବ । ସୁନ୍ଦର ଗୁଲୁଗୁଲିଆ ପୁଅଟିଏ ବି ହେବ । ତୁମକୁ ମୁଁ ଖୁବ୍ ଖୁସିରେ ପାଖରେ ରଖିବି ସାଇତି କି , ଖୁବ୍ ସଜେଇକି , ମୋ କୋଳରେ ପୁଙ୍ଗୁଳା ଦେହରେ ।

ଝିଅ - ଚୁପ୍ ରୁହ କଣ କଣ ଯେ କହୁଛ , ତୁମ ପାଟିରେ ବାଡ ବତାସନାହିଁ 


ପୁଅ - ତୁମକୁ କହିବିନି କଣ ଗାଁ ଲୋକଙ୍କୁ ମୋ ଫିଲିଙ୍ଗସ୍ କହିବି କି ? ମୋର ତୁମକୁ ନେଇ ବହୁତ କିଛି ଅଛି ମନରେ , ମରୁଛି ତୁମ ପାଇଁ ।


ଝିଅ - ମୁଁ ତୁମକୁ ବହୁତଭଲପାଏ ସେ ସବୁ ମୁଁ କିଛି ଜାଣିନି କି ଜାଣିବାକୁ ଚାହେଁନି , ଫୋନରେ ପୋନରେ ୧୮, ୧୯ ଘମ୍‌ଟା କଟିଯାଉଛି । ତୁମେ ଯେ ଦୂରରେ ରହୁଛ କେବେ ଯେ ଲାଗିନି ସବୁବେଳେ ତ ଲାଇନରେ , ଶୋଇବା ବେଳେ ତ ତୁମ ନିଶ୍ୱାସରେ , ତୁମ କୋଳରେ ଶୋଇବା ଭଳି ଲାଗୁଛି , ତୁମ ପାଖକୁ ଯିବା ବେଳେ ଯେୁଁ ଡ୍ରେସ୍ ପିନ୍ଧି ଯାଇଥିଲି ସେଇ ଡ୍ରେସ୍ଟିକୁ ପାଖରେ ରଖି ଶୋଇପଡୁଛି , ଯେଉଁ ଦିନ ଯାଏ ତୁମେ ଆସିନ ଆଉଥରେ ତ ତୁମ ଦେହର ବାସ୍ନା ଅନୁଭବ କରି ସେଇ ଡ୍ରେସକୁ ଧରି କାନରେ ତୁମ ନିଶ୍ୱାସର ଶବ୍ଦ ସହ ତୁମକୁ ଆଲିଙ୍ଗନ କରି ରାତି କଟିଯାଉଛି ।


ପୁଅ -ମୋ ସହ ସେମିତି କେବେ କେବେ ହେଉଛି କିନ୍ତୁ ମୋ କଡ ଲେଉଟାଇବାରେ ମୁଁ ତୁମକୁ ମିସ୍ କରୁଛି । ମୋ ମୁଣ୍ଡ ସେତେବେଳେ କିଛି ବୁଝିପାୁନି । ଏମିତି କଟୁ କିଛି ଦିନ ଆଉ ରାତି ବୁଝିପାରିବନି କେତେ ବେଳେ ରାତିରେ ବି ତୁମ ଘର ଆଗରେ ଥିବି । ମୋ ପାଗଳାମି ବୁଝି ପାରିବ ନାହିଁ ।


ଝିଅ - ଏମିତି ପାଗଳ ହେଲେ ଲୋକ ଟେକା ପକେଇବେ , ତା ଆଗରୁ ପାଖକୁ ଆସିଯିବା । ତୁମ ମୁହଁଟା କାହିଁ ଆଖି ଆଗରେ ନାଟି ଯାଉଛି । ମୁଁ ମନ ଭିତରେ ଯେତେ ନିଜକୁ ବୁଝଉଛି ହେଉନି ଧନ । ବହୁତ ମନେ ପଡୁଛ ତୁମେ ମୋ ଆଦତ ହୋଇଗଲଣି । ଏବେ ଶୋଇପଡ କେତେ ରାତି ଆଉ


ପୁଅ - ରୁହ ସକାଳ ହେଇନି ଆଜି ୭ଟା ଯାଏ ଗପିବା , ମୁଁ କଟକ ଯିବି , ଲଭ୍ ୟୁ ଧନ .. ଉମା


...more
View all episodesView all episodes
Download on the App Store

କିଛି କଥା, କିଛି ବ୍ୟଥା ଓ କବିତା |By Dudnu TV