କିଛି କଥା, କିଛି ବ୍ୟଥା ଓ କବିତା |

ଆଜିର କାହାଣୀ ..... ଭାରି ଅମାନିଆ ଏ ପ୍ରେମ Part 12


Listen Later

ପୁଅ - ହଁ , ଯେ ତୁମେ ସେ ସବୁ ପାଇଁ ଅପେକ୍ଷା କରିବ ତ ଧନ , ଏ ସବୁ ପରେ ଜୀବନରେ ମୁଁ ପଛକୁ ଆସିପାରିବି ତୁମେ ମୋ ଅଭ୍ୟାସ ହୋଇଗଲଣି ନା ସକାଳ ପାହିଲା କ୍ଷଣି ତୁମକୁ ଶୁଣିବା ଦରକାର । ରାତି ହେବା ପୂର୍ବରୁ ତୁମକୁ ଶୁଣିବା ଦରାକାର । ମୁଁ ଗାଁ ଛୁଆଟେ ସମସ୍ତେ ଜାଣିଲେଣି ତୁମକୁ ଭଲ ପାଉଛି କିନ୍ତୁ ତୁମେ ଯଦି ଏପଟ ସେପଟ ହେବ ନା ମୋର ତ ଇଜ୍ଜତ ପଳେଇବ , ଝିଅ ଛାଡିଦେଲା , ଲୋକେ ହସିବେ ।

ଝିଅ - କଣ ଏତେ ଆଗକୁ ଆସିଲଣି । ଅଲଗା କାହିଁ ହେବା ଯେ ମଲେ ଯ୍ଧବ ଅଲଗା ହେବା ବୁଝିଲ ଧନ , ଏଇ ମୁଁ ନୁହେଁ ତୁମେ ନୁହେଁ ଏବେ ଆମେ ହୋଇ ରହିବା ଆମ କଥା କଥା ହେବା , କଣ କହୁଛ ଏଆଡୁ ସିଆଡୁ । ମୁଁ ତୁମକୁ ଛାଡିବିନି କିନ୍ତୁ ତୁମେ ରାଜନିତୀକୁ ଯାଇ ଯେବେ ନେତା ହୋଇ ଯିବ , ତୁମକୁ ସବୁ ନେତ୍ରୀ ଦରକାର ହେବେ । ମୋତେ ତୁମେ ପାଶୋରି ଦେବ । ମୁଁ ଜାଣେ ମୁଁ ତୁମକୁ ବହୁତ ଭଲପାଏ । ମୋ ଭଳି ତୁମକୁ କେହିବି ଭଲପାଇ ପାରିବେନି ।

ପୁଅ - ହଁ ମୁଁ ଜାଣେ ମୁଁ ବେକାର କିଛି କାମ କରେନି । ମୋ ବୋଉ ସେଥିପାଇଁ ବହୁତ ଚିନ୍ତା କରୁଛି । ସାଙ୍ଗମାନେ ଚାକିରୀ କଲେଣି , ଘରଦ୍ୱାର କଲେଣି , ବାହାସାହା ହେଲେଣି । ମୋତେ ସେ ବାହା କରିବ, ଭଲ ବୋହୁ ଟିଏ ଆଣିବ ଯିଏ ମୋତେ ବୁଝି ବୁଝେଇ ପାରୁଥିବ । ମୁଁ ତ ଭାରି ଅମାନିଆ ମୋତେ କିଏ ଯେ ମନେଇବ । ତୁମେ ତ ମୋତେ ମନେଇକି ରଖିଛ କଥା ଛଳରେ , ବୋଉ ପରେ ମୋ ପେଟ କଥା ବୁଝୁଛ , ମୋ ରାଗ ରୁଷା ସହୁଛ ।

ଝିଅ - ତୁମେ କଣ ମୋ ଠାରୁ ଅଲଗା କି , ତୁମେ କେବଳ ମୋର ବହୁତ ଦିନ ହେବ ଦେଖା ହୋଇନେ ବର୍ଷା ହେଉଛି । କୋଉଠି ଦେଖାହେବା ବୋଲି ଭାବୁଛି , ତୁମେ ଆସିବା ବେଳେ ଓଦା ହୋଇଯିବ । ହଉ କହିବି ବର୍ଷା ଟିକିଏ କମିଯାଉ ।

ପୁଅ - ତୁମେ କାଲି ମୁହଁ ଖୋଲି କହିଦେଖ ମୁଁ ବର୍ଷା ଝଡ କିଛି ମାନିବିନି । ମୋ ସ୍ତ୍ରୀ ପାଖକୁ ଯିବି ଯେ ତୁମ ପାଖରେ ପହଞ୍ଚିବା ମୋ କର୍ତ୍ତବ୍ୟ । ମୁଁ ଜାଣେ କିନ୍ତୁ ପାଖକୁ ଗଲେ ଛାଡିକି ଆସିବାକୁ ଜମାରୁ ଇଚ୍ଛା ହେଉନି ନା ଧନ ।

ଝିଅ - କଣ କରିବା , ଭାଗ୍ୟ ତ ସାତ ଦେଉନି ପାଖାପାଖି ୫ ମାସ ହେଲାଣି ଏମିତି ଏମିତି ଚାଲିଛେ । କିଛି ଠିକ୍ ହେଉନି, ରୁହ ମୁଁ ନହେଲେ ଜବ୍ ପାଇଁ ଟ୍ରାଏ କରେ । ଯଦି ମୋର ଜବ୍ ହୋଇଯିବ ଆମେ ବାହା ହୋଇଯିବା ।

ପୁଅ - ହଁ ଯେ ତୁମେ ବାହାରକୁ ଯିବ ମୋତେ ଭଲ ଲାଗିବ ନାହିଁ । ତୁମେ ଜାଣିଛ ମୋ ସ୍ୱାଭାବ । ତୁମକୁ କିଏ ଅନେି ଦେଲେ ମୋ ଦେହରେ ନିଆଁ ଲାଗିଯାଏ । ତୁମେ ବାହାରକୁ ଗଲେ ମୁଁ ଘରେ ରହି ଭାବିଭାବି ମରିଯିବି ।

ଝିଅ - ଏମିତି କହିଲେ କେମିତି ହେବ । ହଉ ବ୍ୟସ୍ତ ହୁଅନି । କିଛି ସମୟ ଅପେ୭ା କର ମୁଁ ତୁମ ଫୋନ ପେରେ ପଇସା ପକେଇ ଦେଇଛି । ବର୍ଷା କମିଲେ ଟିକେ ଆସିବ ଦଖୋ ହେବା ମୁଁ ତୁମ ସହ ଦେଖା ନହେଲେ ତୁମକୁ ଟିକେ ଆଖି ପୁରେଇ ନଦେଖିଲେ ବାରି ବ୍ୟସ୍ତ ଲାଗୁଛି । ହେଲୋ କିନ୍ତୁ ବର୍ଷା କମିଲେ ଆସିବ ନହେଲେ ରୋଡ୍‌ରେ ଆମେ ଛିଡା ହୋଇ ପାରିବାନି । ତୁମର ଥଣ୍ଡା ଦେହ ଓଦା ହେଲେ କାସ ହେଉଛି , କଫ ହେଉଛି ,ଜ୍ୱର ବି ବାରମ୍ବାର ୨,୩ଥର ହେଲାଣି ।

ପୁଅ - ହଉ , କେତେ ପଇସା ପକେଇଛ । ମୁଁ ବର୍ଷା ଖରା ସବୁବେଳେ ତୁମ ପାଖକୁ ଯିବା ପାଇଁ ପାଗଳ , ଗାଡି ତେଲ ପକାଇବାକୁ ଘରୁ ମାଗିବାକୁ ଭଲ ଲାଗୁନି । ବହୁତ ଥର ବୋଉ ଠାରୁ ନେଇ ଗଲିଣି , ତୁମେ ଦେଇ ଦେଲ ଭଲ କଲ । ୫,୬ ମାସ ହେଲାଣି ଏମିତି ରୋଡ୍ ସାଇଟରେ କେତେ ଦେଖା ହେବା ଯେ , ।ଉ ତିନି ଦିନ ପରେ ବାତ୍ୟା ଡିକ୍ଲାର ଅଛି ହାଇ ଆଲର୍ଟ । ପାରାଦ୍ୱୀପରେ ପ୍ରବଳ ବର୍ଷା ସହ ବାତ୍ୟାର ସମ୍ଭାବନା ଅଛି । ବାତ୍ୟାର ନା ଅଫନ ଦିଆଯାଇଛି । ସେ ବର୍ଷା ହେଉଥିଲେ ବି ମୁଁ ଯାଇ ଆଜି କାଲି ଭିତରେ ତୁମକୁ ଟିକେ ଦେକା କରି ଆସିବି । କେତେ ଦିନ ଲାଇନ ଜିବ କମ ହେବ କଣ କିଏ କହିପାରିବ ।

ଝିଅ - ରିଙ୍ଗ୍‌

ପୁଅ -ସୁଅଚ୍ ଅଫ୍ 

ଝିଅ - ହାଲୋ ବାଜେ କଥା କହିଲ ପୋନ ସୁଇଚ ଅଫ୍ ହୋଇଗଲା ତୁମର , ଚାର୍ଜ ସରିଗଲା ବୋଧେ , ତୁମେ ଯୋଉଠି ଥିଲେ ବି ମୋର ଯେହେତୁ ମୋର, ତୁମର କିଛି ବି ହେବନି , ବୁଝିଲ ଧନ ..  

...more
View all episodesView all episodes
Download on the App Store

କିଛି କଥା, କିଛି ବ୍ୟଥା ଓ କବିତା |By Dudnu TV