କିଛି କଥା, କିଛି ବ୍ୟଥା ଓ କବିତା |

ଆଜିର କାହାଣୀ ..... ଭାରି ଅମାନିଆ ଏ ପ୍ରେମ Part 13


Listen Later

ପୁଅ - ମୁଁ ଅନୁଭବ କରିଛି ତୁମେ ଯେବେଠୁ ମୋ ଜୀବନରେ ଆସିଛ ମୁଁ କେବଳ ଆଗକୁ ଆଗକୁ ହଁ ଯାଇଛି କେବେ ପଛେଇନି , ତୁମେ ବହୁତ ମନେ ପଡୁଛ । ବର୍ଷା କମୁ କି ନ କମୁ ଯିବି ଦେଖା କରି ଆସିବି ।


ଝିଅ - ହଉ , ବ୍ୟସ୍ତ ହୁଅନି , ଆଉ ଘରେ ସମସ୍ତେ ଭଲଟି , ବାପା ଭଲ ଅଛନ୍ତି ।


ପୁଅ - ହଁ ସମସ୍ତେ ଭଲ ଆଜି ତ ଗୁରୁବାର ଘରେ ଭାରି ଭିଡ ,. ମୁଁ ତ ସେପଟକୁ ଯାଏନି , ମୋତେ ଭଲ ଲାଗେନି , ସେଥିପାଇଁ ବୋଉ ସବୁବେଳେ କୁହେ ଏସବୁ ଆମ ସାନ ଟୋକା ସମ୍ଭାଳିବ । ତୁ ସେ ସବୁ କିଛି କରିବୁନି ସବୁବେଳେ ଆଇଁଷ ଖାଇବୁ , ପୂଜା ପର୍ବ ହେବନି ତୋ ଦ୍ୱାରା ।


ଝିଅ - ମାନେ କଣ ? କଣ ହେବନି ତୁମ ଦ୍ୱାରା ...?


ପୁଅ - ଆରେ ମୁଁ ଗୋଟେ କଥା ୭/୮ ମାସ ଭିତରେ ତୁମକୁ କହିନି , ଘରେ ଯୋଉ ସବୁବେଳେ ଭିଡ , ଆଉ ଲୋକମାନେ ଆସନ୍ତି , ସମସ୍ତେ ଦାଣ୍ଡ ଆଡେ ବୋଲି କୁହେ । ହସିବନି ତ କହିବି । ମୋ ବୋଉ କୁହେ ତାକୁ ଠାକୁରାଣୀ ଲାଗନ୍‌ତି , ଆମର ଗୋଟେ ଛୋଟ ମନ୍ଦିର ଅଛି । ସମସ୍ତେ ପୂଜାପର୍ବ ପାଇଁ ଆସନ୍ତି । ସେ ଏମିତି ଗୋଟିଏ ରୂପ, ଠାକୁରାଣୀ ଲାଗିଲେ ଆଉ ଗୋଟିଏ ରୂପ , ଦୁଇ ପ୍ରକାର କଥା ହୁଏ ।


ଝିଅ - ହା, ହା, ହା .. ଏ ଯୁଗରେ ପୁଣି ଏସବୁ ଲୋକ ବିଶ୍ୱାସ କରୁଛନ୍ତି । ବିଶ୍ୱାସ ସହ ଖେଳିବା ଛଡା ଏସବୁ ଆଉ କିଛି ବି ନୁହେଁ । ମୁଁ ଆଉ ତୁମ ବୋଉଙ୍କ ସାଙ୍ଗରେ କଥା ହେବିନି । ମୋତେ ଗୁଣି ଫୁଣି , ପୂଜାପର୍ବ କରୁଥିବା ଲୋକଙ୍କୁ ବାରି ଡର । ସେମାନେ ନିଜ କଥା ମନେଇବାକୁ କିଛି ବି କରିପାରିବେ । ଭଣ୍ଡ ବାବାଜୀ ତାଙ୍କ କଥାଦ୍ୱାରା ଅନ୍ୟମାନଙ୍କୁ ମୋଟିଭେଟ୍ କରି ସବୁ ଲୁଟନ୍ତି ।


ପୁଅ - ଏପଟେ ଆମ ଗାଁ ପାଖାପାଖି ବହୁତ ଲୋକମାନେ ବୋଉକୁ ମାନନ୍ତି । ଆଉ ତା କଥା ବି ରଖନ୍ତି ପୂଜା କରିବାକୁ ସପରିବାରେ ଆସନ୍ତି । ବାପାବି ବହୁ ବର୍ଷ ତଳେ ଚାକିରି ଛାଡି ବୋଉ ସହ ଠାକୁରାଣୀଙ୍କୁ ମାନି ପୂଜାର୍ଚ୍ଚନା କରନ୍ତି । ଜୀବନରେ କେବେ ଆଇଁଷ ଆମ ବାଡି ଭିତରେ ପଶେ ନାହିଁ କି ସେମାନେ କେହି ଖାଆନ୍ତି ନାହିଁ । ମୋର ସେଥିପାଇଁ ଘରେ ଖାଇବା କୁ ନେଇ ସବୁବେଳେ ପାଟିତୁଣ୍ଡ । ମୁଁ ଚିଡେ ..


ଝିଅ - ହଉ ହଉ ଛାଡ ସେ କଥା । ମୁଁ ସେ ସବୁ ବୁଝିପାରିବି ନାହିଁ ଭାବିଲେ ଟେନସନ୍ ହେବ । ସବୁବେଳେ ଡର ରହିବ ମୁଁ ରହୁଛି ପରେ କଥା ହେବା ।


ପୁଅ - 📞📞📞📞📞📞📞📞


ଝିଅ - ହାଲୋ, କଣ କରୁଛ ଧନ, ମୁଁ ଟିକିଏ ଶୋଇଯାଇଥିଲି ନିଦ ଏଯାଏ ଭାଙ୍ଗନି । କଣ ଚିନ୍ତା ହୋଇଗଲା କେଜାଣି କାଲି ରାତିରେ ତୁମ ତୁମ ଠାରୁ ସେ କଥା ସବୁ ଶୁଣି , ବହୁତ ସବୁ ଏଆଡୁ ସେଆଡୁ ବାବି ଭାରି ଡର ଲାଗିଲା । ବହୁତ ସମୟ ପରେ ଶୋଇଲି କେତେ ଟାଇମ୍ ହେଲାଣି 


ପୁଅ - ୧୦ ଟା ବାଜିଲାଣି ଧନ ଗୁଡ୍ ମର୍ଣ୍ଣିଙ୍ଗ୍ , ଆଇ ଲଭ୍ ୟୁ (ଉମା)କିଛି ଭାବନି ସେମିତି କିଛି ହେବନି ମୁଁ ତୁମ ସାଙ୍ଗରେ ଅଛି । ସେମାନେ ମୋ ଖୁସିରେ ଖୁସି । ମୁଁ ଯାଣିଥିଲି ତୁମେ ଶୋଇଥିବ ସେଥିପାଇଁ ଫୋନ କରିନଥିଲି , ମୁଁ ୭ ଟାରୁ ଉଠି କ୍ଲବ୍ ଆଡେ ଯାଇଥିଲି । ଆଜି ଜଣେ ସାଙ୍ଗର ଜନ୍ମ ଦିନ ତ । ସନ୍ଧୟାରେ କେକ୍ କଟା ଆଉ ଚିକେନ୍ ଭୋଜି ହେବ । ନୂଆ କଥା ଗୋଟେ ଆରମ୍ଭ କରି ୧୦୦୦ ଟଙ୍କା ଦେଇ ଆସିଲି । ବର୍ଷା ବି ଟିକେ କମିଛି । ଭାବୁଛି ଭୁବନେଶ୍ୱର ବାହାରିବି । ତୁମକୁ ବି ଟିକେ ଦେକା କରି ଦେଇ ଆସିବି ।


ଝିଅ - ବର୍ଷା କମିଛି ତ ଆସ । ମୁଁ ଫ୍ରେସ୍ ହେଇଯାଏ ।


ପୁଅ - ବାହାରିଲି , ପାଖାପାଖି ହେଲେ କଲ କରିବି , ଆସିବ 

ଝିଅ - 📞📞📞📞📞📞📞🙏

ପୁଅ - ହଁ ଧନ , ତୁମେ ରେଡି ହେଲଣି ତ ଆସ , ରାମ ମନ୍ଦିର ଆମ ଯାଗାକୁ ମୁଁ ପହଞ୍ଚିଯିବି , ଗଲେ କହିବି , ଡେରି କଣ ପାଇଁ ହେଲା 


ଝିଅ - ହଉ , ମୁଁ ବାହାରୁଛି . କିନ୍ତୁ ବାହାରେ ଟିକେ ଟିକେ ବର୍ଷା ହେଉଛି । 

ପୁଅ - ବର୍ଷାରେ ଦେଖା ହୁଅନା , ମୋତେ ନୂଆ ରୂପରେ ପାଇବ , ଆସ ପାଟି କରନା , ଳଭ୍ ୟୁ ...


ଝିଅ - ପହଞ୍ଚିଲି ଯେ ତୁମେ କୋଉଠି ?


ପୁଅ - ଆରେ ଗଛ ତଳେ ଛିଡା ହୋଇଛି , ଆଗକୁ ଆସ

...more
View all episodesView all episodes
Download on the App Store

କିଛି କଥା, କିଛି ବ୍ୟଥା ଓ କବିତା |By Dudnu TV