କିଛି କଥା, କିଛି ବ୍ୟଥା ଓ କବିତା |

ଆଜିର କାହାଣୀ ..... ଭାରି ଅମାନିଆ ଏ ପ୍ରେମ Part 6


Listen Later

ପୁଅ - 📞📞📞📞📞📞📞📞

ଝିଅ - ଉଁ .. ହାଲୋ କୁହ ଧନ

ପୁଅ - କମ ନିଦ କି ଜୋରରେ , ଉଠ ଟିକେ କଥା ହେବା

ଝିଅ - ହଁ କୁହ ମୁଁ ଶୁଣୁଛି

ପୁଅ - ଲାଇନରେ ମୁଁ ଅଛି ତୁମେ ଟିକେ ଶୋଇପଡ ଉଠିଲେ କଥା ହେବା

ଝିଅ - ଲାଇନରେ ରହିବ କାହିଁକି ଯେ ପୋନ କାଟିଦେଲେ ପରେ ଲଗେଇବି 

ଉଠିଲେ , ଚଳିବନି 

ପୁଅ - ମୋତେ ତୁମ ନିଶ୍ୱାସ ବି ଶୁଣିବାର ଅଛି , ତା ସହ କଥା ହେବାର ଅଛି 

ତୁମେ ପାଖରେ ଶୋଇଛ ବୋଲି ଅନୁଭବ ହେଲେ ମୁଁ ବି ଶୋଇଯିବି ।

ଝିଅ - ଓ ଏମିତି ତୁମେ ଆଉ କୁହନା , ସବୁବେଳେ ଏମିତି ରହିବି

ପୁଅ - 📞📞📞📞📞

ଝିଅ - ସୁଇଚ୍‌ଅଫ୍‌

ପୁଅ - 📞📞📞📞📞

ଝିଅ - ହାଲୋ ଧନ

ପୁଅ - ମୁଁ ପା କହିଲି ମୁଁ ଲାଇନରେ ରହିବି କିନ୍ତୁ ତୁମେ ସୁଇଚଅପ୍ କାହିଁ କଲ ।

ତୁମେ ମୋତେ ଏବେ ଠାରୁ ଇଗନୋର କରୁଛ, ଆଗକୁ କଣ କରିବ

ଝିଅ - ଆରେ ନା ନା ରାଗନି ମୁଁ ସୁଇଚ୍‌ଅପ୍ କରିନି । ମୋ ଫୋନରେ 

ଚାର୍ଜ ନଥିଲା ତ ଆପେ ଆପେ ସୁଇଚଅପ୍ ହୋଇଯାଇଛି । ମୁଁ ଶୋଇଯାଇଥିଲି ,

ନହେଲେ ଚାର୍ଜରେ ଲଗେଇ କଥା ହୋଇଥାନ୍ତି । ସକାଳେ ଉଠି ଦେଖିଲି କି

ଫୋନ ବନ୍ଦ ଥିଲା ।

ପୁଅ - ହଉ ଛାଡ ସେ କଥା ଆସ ମୁଁ ରାମ ମନ୍ଦିର ପାଖରେ ଅଛି ।

ଝିଅ - ମାନେ କଣ , ତୁମେ ଭୁବନେଶ୍ୱରରେ...

ପୁଅ - ହଁ , ତୁମ ଫୋନ ସୁଇଚଅଫ୍ ଦେଖେଇଲା, ମୋତେ ନିଦ ହେଲାନି ,

ମୁଁ ଭୋରୁ ଭୋରୁ ବାହାରି ବୁଲୁ ବୁଲୁ ପଳେଇ ଆସିଲି , ତୁମ ସହ ଟିକେ ଦେଖା

ହୋଇ ପଳେଇ ଆସିବି ।

ଝିଅ - ଆରେ ମୁଁ ଘରେ କହିନି କିଛି , ଲକଡାଉନରେ କୁଆଡେ ଯିବି କହିବି କହିଲ,

ମୁଁ ଦେଖେ ୧୦ଟା ହେଲାଣି

ପୁଅ - ତୁମେ ଜଲଦି ଆସ, ମୁଁ କିଛି ସେ ସବୁ ଜାଣିନି , ତୁମେ କହିବ ନ କହିବ ।

ଝିଅ - ମୁଁ ଫ୍ରେସ୍ ହୋଇ ଆସୁଛି ରୁହ ।

ପୁଅ - ଘରୁ ଆସିବା ବେଳେ କଲ କରିବ 

ଝିଅ -📞📞📞📞📞

ପୁଅ - ହାଲୋ କୋଉଠି , ଗୋଟାଏ ବାଜିଲାଣି ତୁମେ ଫ୍ରେସ୍ ହେଇ ଆସୁଛ ଗଲା 

ଝିଅ - ଗାଡି ନଥିଲା ଏବେ ଆସିଲା ଯାଉଛି 

ପୁଅ - ଆସ ମୁଁ ଲାଇନରେ ଅଛି 

ଝିଅ - ଖରାବେଳେ ରୋଡ୍ ଲକଡାଉନରେ ଆହୁରି ସୁନସାନ

ପୁରା ଖାଁ ଖାଁ ଲାଗୁଛି

ପୁଅ - ମୁଁ ଅଛି ଲାଇନରେ ପା ଜଲଦି ଆସ , ଆଉ ଅପେକ୍ଷା ହେଉନି ସକାଳ

୭ଟାରୁ ଦିନ ୨ଟା ହେଲାଣି ଅପେକ୍ଷାରେ ।

ଝିଅ - ମୁଁ କଣ ଜାଣିଥିଲି କି ତୁମେ ଆସିବ , ଆସିଲି

ପୁଅ - ଆଜି କମ ବହୁତ ସୁନ୍ଦର ଲାଗୁଛ , ମୋ ରଙ୍ଗ ତୁମ ଦେହରେ ମନରେ ସବୁଠି ଦିଶୁଛି

ଏମିତି କଣ ଦେଖିଥାନ୍ତି  ତୁମକୁ କହିକି ଆସିଥିଲେ । ହଉ ଗାଡି ମେନ୍ ଷ୍ଟାଣ୍ଡ ମାରି ଦେଉଛି ତୁମେ ଗାଡି ଉପରେ ବସ ଆମେ କଥା ହେବା ।

ଝିଅ - ତୁମେ ମୋତେ ଏମିତି ଭିଡା ଭିଡି କରନି । ମୋ ସହ ଲାଗନି ,ଦୂରେଇ କି ଛିଡା ହୁଅ । ଲୋକମାନେ ରୋଡ୍ ସାଇଟରେ ଦେଖିବେ କଣ କହିବେ ?

ପୁଅ - ଲୋକ କାହାନ୍ତି .. ଗଛ , ରାସ୍ତା , ତୁମେ ଆଉ ମୁଁ ..ଆମେ ଅଛେ । 

ମୁଁ ତୁମ ହାତ ଧରି ତୁମ ପାଖରେ ଛିଡା ହୋଇଛି । ତୁମେ ମୋର, ତୁମକୁ ଦେଖୁଛି ରୁହ ଏତେ ବ୍ୟସ୍ତ

 କାହିଁ ହେଉଛ ..

ଝିଅ - ନା କାଳେ କିଏ ଚିହ୍ନା ଲୋକ ଦେଖିବେ । ଏ ପାଖେ ଯାଉଥିବେ , ତ କଣ ଭାବିବେ ଏତେ ପାଖରେ ଧରା ଧରି ହୋଇ ଛିଡା ହୋଇଛି ...

...more
View all episodesView all episodes
Download on the App Store

କିଛି କଥା, କିଛି ବ୍ୟଥା ଓ କବିତା |By Dudnu TV