ଅନ୍ତର୍ଦୃଷ୍ଟି (ANTARDRUSHTI)

ଅନ୍ତର୍ଦୃଷ୍ଟି (ANTARDRUSHTI)

By INDU BHUSAN MOHANTYArtsBooks
Download on the App Store

ଅନ୍ତର୍ଦୃଷ୍ଟି (ANTARDRUSHTI) episodes

  • ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ର ଦ୍ୱିତୀୟ ଗଳ୍ପ "ପ୍ରଥମ ପ୍ରେମର ସ୍ମୃତି"।
    ସମ୍ପୂର୍ଣ କାଳ୍ପନିକ ବିଷୟବସ୍ତୁକୁ ନେଇ ରଚିତ ମୋର ବର୍ତ୍ତମାନର ଗଳ୍ପ "ପ୍ରଥମ ପ୍ରେମର ସ୍ମୃତି" - ବୟସର ସାୟାହ୍ନର ଅବ୍ୟକ୍ତ ଅଭିବ୍ୟକ୍ତି । ପ୍ରେମ କେବଳ ଯୁବାବସ୍ଥାର ଏକ ଉନ୍ମତ୍ତ ଅନୁଭୂତି ନୁହେଁ । ପ୍ରେମ ଏକ ନୈସର୍ଗିକ ଅନୁଚେତନା, ଯାହା ସମସ୍ତଙ୍କ ଜୀବନକୁ ସରସ, ସୁନ୍ଦର କରେ ତା'ର ଅଦୃଶ୍ୟ ସ୍ପର୍ଶରେ । ଏଇ ବିଷୟବସ୍ତୁକୁ ନେଇ ଗଳ୍ପଟି ଗତିଶୀଳ । ଶୁଣିବେ, ନିଶ୍ଚିତ ଭାବେ ଭଲ ଲାଗିବ । ଧନ୍ୟବାଦ ।
    17 min
  • ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ର ପ୍ରଥମ ଗଳ୍ପ "ଦରିଆ ସେପାରିର ବୋହୂ"।
    ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ କରୁଛି "ଦରିଆ ସେପାରିର ବୋହୂ"। ଶ୍ରୋତାଙ୍କ ଧୈର୍ଯ୍ୟକୁ ଲକ୍ଷ୍ୟରେ ରଖି, ଗଳ୍ପଟିକୁ ମୁଁ ଦୁଇଟି episode ମାଧ୍ୟମରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିଛି। ଆଶା କରୁଛି, ମୋର ଏ ଗଳ୍ପଟି ନିଶ୍ଚୟ ଭଲ ଲାଗିବ। ମତାମତ ଦେଲେ ମୁଁ ଖୁସି ହେବି। ଧନ୍ୟବାଦ।
    32 min
  • SPECIAL EPISODE on International Mother's Day.
    ମା' - ଛୋଟ ଶବ୍ଦଟିଏ । ମମତାର ସୁଗଭୀର ସୀମାହୀନ ସାଗର, ସ୍ନେହର ପ୍ରତିମୂର୍ତ୍ତି, ଦୟାର ଅବତାର - ମା'। ସେଥିପାଇଁ ତ ସେ "ସ୍ୱର୍ଗାଦପି ଗରିୟସୀ"। ସେଇ ମା' ଉଦ୍ଦେଶ୍ଯରେ ସମର୍ପିତ ମୋର ବର୍ତ୍ତମାନର ଏଇ ଅଧ୍ୟାୟ ।
    10 min
  • SPECIAL EPISODE - କରୋନା
    କରୋନାରେ ସାରା ବିଶ୍ୱଟା ଏବେ ଆତଙ୍କିତ । ଆମ ଭାରତର ଅବସ୍ଥା ତ ଅତି ସାଂଘାତିକ । ଏଇ ସମୟରେ ସତର୍କତା ଅବଲମ୍ବନ ଏକମାତ୍ର ପନ୍ଥା । ସାବଧାନ ହୁଅନ୍ତୁ, ପରିବାର ସହ ସୁରକ୍ଷିତ ରହନ୍ତୁ । ଧନ୍ୟବାଦ ।
    11 min
  • SPECIAL EPISODE - ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ .. ...
    ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ୧୧ଟି ଯାକ ଗଳ୍ପ ଶୁଣାଇବା ପରେ, ମୁଁ ଏଇ SEASON - 1 ର ବିରତି ବିଷୟରେ ଆଗରୁ କହିଥିଲି । କିନ୍ତୁ, ମୋର ଏବଂ ମୋର ପ୍ରିୟ ଶ୍ରୋତାମାନଙ୍କ ମଧ୍ୟରେ ୟା' ଭିତରେ ଗଢ଼ିଉଠିଥିବା ସୁସମ୍ପର୍କକୁ ଆଗକୁ ନେଇଯିବାର ଚିନ୍ତା କରି, ମୁଁ ଆପଣମାନଙ୍କ ପାଇଁ ଗଳ୍ପ ବ୍ୟତୀତ ଆଉ କିଛି କରିବାକୁ ଚେଷ୍ଟା କରୁଛି । ଆଶାକରେଁ, ମୋର ଏ ପ୍ରଚେଷ୍ଟା ଆପଣମାନଙ୍କୁ ମନୋରଞନ ଯୋଗାଇବାରେ ସଫଳ ହେବ । ଧନ୍ୟବାଦ ।
    27 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଏକାଦଶ ଗଳ୍ପ "ମୁଁ ବି ଜଣେ ମାଓବାଦୀ" ।
    ଆମ ସମସ୍ତଙ୍କ ଜୀବନରେ ଥରେ ଥରେ ଏମିତି ଘଟଣାସବୁ ଘଟିଯାଏ, ଯାହା ଅନେକ ଦିନ ପର୍ଯ୍ୟନ୍ତ ଭୁଲି ହୁଏନାହିଁ । ମୋ' ଚାକିରି ଜୀବନର ସେମିତି ଏକ ଭୟାନକ ତଥା ଅଭୁଲା ସତ୍ୟ ଘଟଣା ଉପରେ ଆଧାରିତ ମୋର ବର୍ତ୍ତମାନର ଗଳ୍ପ "ମୁଁ ବି ଜଣେ ମାଓବାଦୀ" । ଶୁଣିଲେ ନିଶ୍ଚିତ ଭାବେ ଭଲ ଲାଗିବ ଆଶା । କେମିତି ଲାଗିଲା, ମତାମତ ଦେଇ ଜଣାଇବେ । ଧନ୍ୟବାଦ ।
    41 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଦଶମ ଗଳ୍ପ "ଯମରାଜଙ୍କ ମର୍ତ୍ତ୍ୟଯାତ୍ରା" ।
    ପାଖାପାଖି ପ୍ରାୟ ବର୍ଷେ ହେଲାଣି, କରୋନା ତା'ର ବିଭୀଷିକା ଜାରି ରଖିଛି । ସାରା ବିଶ୍ୱରେ କୋଡ଼ିଏ ଲକ୍ଷରୁ ବେଶି ଲୋକଙ୍କ ଜୀବନ ନେଇସାରିଲାଣି ସେ । ତାକୁ ନେଇ ସବୁଆଡ଼େ ରାଜନୀତି ବି ଚାଲିଛି । ଆମ ପରିବାରର ସମସ୍ତଙ୍କ ଜୀବନ ରକ୍ଷା ନିମନ୍ତେ, ସତର୍କତା ମୂଳକ ପଦକ୍ଷେପ ନେବା ଆମ ପାଇଁ ନିତାନ୍ତ ଜରୁରୀ । କରୋନା ସମୟରେ ଘଟିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣାବଳିକୁ ନେଇ ମୋର ବର୍ତ୍ତମାନର ଛୋଟ ଗଳ୍ପଟିଏ - "ଯମରାଜଙ୍କ ମର୍ତ୍ତ୍ୟଯାତ୍ରା" । ଆଶାକରେଁ, ଶୁଣିଲେ ଆପଣମାନଙ୍କୁ ଭଲ ଲାଗିବ ନିଶ୍ଚୟ । ନିଜ ମତାମତ ଜଣାଇବେ । ଧନ୍ୟବାଦ ।
    19 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ନବମ ଗଳ୍ପ "ବଫେ" (Buffet).
    ପରମ୍ପରା ହିଁ ଭାରତୀୟ ମାନଙ୍କର ବିଶେଷ ପରିଚୟ । କିନ୍ତୁ, ଅନୁକରଣ ପ୍ରିୟ ଆମେ ବିଦେଶୀ ଅପସଂସ୍କୃତିକୁ ଯୋଡ଼ି ସେଥିରେ ଆଧୁନିକତାର ରଙ୍ଗ ଦେବାକୁ ଚେଷ୍ଟା କରୁଁ । ଏହାର ସଦ୍ୟତମ ଉଦାହରଣ ହେଉଛି ବଫେ, ଯାହାକୁ ନେଇ ମୋର ଛୋଟ ଗଳ୍ପଟିଏ "ବଫେ" । ଆଶାକରେଁ, ଭଲ ଲାଗିବ ଆପଣମାନଙ୍କୁ । ଧନ୍ୟବାଦ ।
    29 min

About ଅନ୍ତର୍ଦୃଷ୍ଟି (ANTARDRUSHTI)

From the publisher's feed

ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ" ପରେ ସଦ୍ୟ ପ୍ରକାଶିତ ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ରେ ସ୍ଥାନ ପାଇଥିବା ବିଭିନ୍ନ ସ୍ୱାଦର ୧୧ଟି ଯାକ କାଳ୍ପନିକ ଗଳ୍ପକୁ ମୁଁ ନିଜ ମୁହଁରେ ଆପଣମାନଙ୍କୁ ଶୁଣେଇବାକୁ ଚେଷ୍ଟା କରିବି। ଏ ଥରର…