ତୁମେ ମୋର ଧୂସର ମାଟିର ଶ୍ୟାମଳୀ କନ୍ୟା, ତୁମେ ମୋର ଉଦାସୀ ମନର ଉଛୁଳା ବନ୍ୟା।
ତୁମ ବିନା ଜୀବନ ଏ ପ୍ରଶ୍ନବାଚୀ ଚିହ୍ନ;
ତୁମ ସାଥେ ଜୀବନ ଯେ ଗହନ ବନ।
ସେ ବନରେ ମନ ମୋର ଆକାଶ ଖୋଜେ;
ଆକାଶର ତାରା ସବୁ ତୁମକୁ ଦେଖେ।
ଈର୍ଷା ଭରା ଆଖି ମୋର କୁହୁଳି କାନ୍ଦେ;
ଇଚ୍ଛା ହୁଏ ତୁମକୁ ମୁଁ ବାହୁରେ ବାନ୍ଧେ। ଦେବିନାହିଁ କାହାକୁ ମୋର ଏ ଖୁସି; ତୁମେ ପରା ଜୀବନର ସବୁ ସମ୍ପତି।