ଅନ୍ତର୍ଦୃଷ୍ଟି (ANTARDRUSHTI)

ଅନ୍ତର୍ଦୃଷ୍ଟି (ANTARDRUSHTI)

By INDU BHUSAN MOHANTYArtsBooks
Download on the App Store

ଅନ୍ତର୍ଦୃଷ୍ଟି (ANTARDRUSHTI) episodes

  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଅଷ୍ଟମ ଗଳ୍ପ "ମିସେସ୍" (Mrs.) ।
    ଇଂରାଜୀ ଭାଷା ପ୍ରତି ଦୁର୍ବଳତା କେବଳ ମୋର କାହିଁକି, ଆମ ସମସ୍ତଙ୍କର ରହିଛି । ଏମିତି କିଛି ଶବ୍ଦ ଅଛି, ଓଡ଼ିଆରେ ତାହା ଆମ ପାଇଁ ଦୁର୍ବୋଧ୍ୟ ହେଲେ ବି ତାକୁ ଇଂରାଜୀରେ କହିଲେ, ଆମେ ସମସ୍ତେ ଭଲଭାବେ ବୁଝିଯାଉଁ । ସେଇଥିପାଇଁ, କିଛି ଇଂରାଜୀ ଶବ୍ଦ ଆମ ଦୈନନ୍ଦିନ ଜୀବନରେ ବହୁଳ ଭାବରେ ଶୁଣିବାକୁ ମିଳେ । ସେମିତି ଏକ ଇଂରାଜୀ ଶବ୍ଦକୁ ନେଇ ମୋର ଏଇ ବର୍ତ୍ତମାନର ଗଳ୍ପ "ମିସେସ୍" । ଆଶା କରେଁ, ଆପଣମାନଙ୍କୁ ଭଲ ଲାଗିବ । ଧନ୍ୟବାଦ ।
    19 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ସପ୍ତମ ଗଳ୍ପ "ବୁଲା କୁକୁର" ।
    ଗାଡ଼ମୋଟର ତଳେ ଚାପି ହୋଇ ରାସ୍ତାରେ ମରି ପଡ଼ିଥିବା ବୁଲା କୁକୁରମାନଙ୍କୁ ଦେଖିଲେ ଆପଣଙ୍କ ମନରେ ଦୟା ଆସୁଥିବ ନିଶ୍ଚିତ ଭାବେ । ଦୁର୍ଘଟଣାଗ୍ରସ୍ତ ସେମିତି ଏକ ଛୋଟ ବୁଲା କୁକୁର ଛୁଆର ମର୍ମନ୍ତୁଦ ଛବି ମୋ' ମନରେ ଗଭୀର ରେଖାପାତ କରିଥିଲା କିଛି ଦିନ ଆଗରୁ । ଶେଷରେ, ତାହା ରୂପ ନେଇଥିଲା ମୋ' ଜୀବନର ପ୍ରଥମ ଗଳ୍ପ - "ବୁଲା କୁକୁର" ଆକାରରେ । ଘଟଣାଟିକୁ କାଳ୍ପନିକତାର ରଙ୍ଗରେ ସଜେଇବାକୁ ଚେଷ୍ଟା କରିଛି ମୁଁ । ଆଶାକରେଁ, ଗଳ୍ପଟିକୁ ଶୁଣିଲେ ଭଲ ଲାଗିବ ଆପଣଙ୍କୁ । ଧନ୍ୟବାଦ ।
    43 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଷଷ୍ଠ ଗଳ୍ପ "ବିରୋଧ" ।
    ଆମ ସମସ୍ତଙ୍କ ଜୀବନରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଛୋଟ ବଡ଼ ଘଟଣା ଘଟେ, ଯେଉଁଟା ଅନୁଭୂତି ଭାବରେ ମନରେ ସାଇତା ହୋଇ ରହିଯାଏ । ସେମିତି ଏକ ଅତି ସାଧାରଣ ଅନୁଭୂତିକୁ ନେଇ ମୋର ଏଇ ଛୋଟ ଗଳ୍ପ "ବିରୋଧ" । କରୋନା ସମୟରେ ଗଳ୍ପଟି ରଚିତ ହୋଇଥିବାରୁ, ଏହାକୁ ମୁଁ କରୋନା ସହ ଯୋଡ଼ିବାକୁ ଚେଷ୍ଟା କରିଛି । ଗଳ୍ପଟି କେମିତି ଲାଗିଲା, ଆପଣଙ୍କ ସୁଚିନ୍ତିତ ମତାମତ voice message ମାଧ୍ୟମରେ ଜଣାଇଲେ ମୁଁ ଅନେକ ଖୁସି ହେବି ।
    13 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ୫ମ ଗଳ୍ପ "ନାୟକବାବୁଙ୍କ ମାରୁତି କାର୍"।
    ମୋ' ଜୀବନର ସାଧାରଣ ଅନୁଭୂତି ଗୁଡ଼ିକ ଆଧାରରେ ମୋର ଏ ଗଳ୍ପ "ନାୟକବାବୁଙ୍କ ମାରୁତି କାର୍" । ଗଳ୍ପଟି କାଳ୍ପନିକ ହେଲେ ବି, ଏଥିରେ ବର୍ଣ୍ଣିତ ଚରିତ୍ର ମାନଙ୍କୁ ମୁଁ ମୋର ପୁରୁଣା ଦିନର ଅନ୍ତରଙ୍ଗ ବନ୍ଧୁ ମାନଙ୍କ ନାମରେ ନାମିତ କରିଛି । ବିଶେଷ କରି, ଗଳ୍ପର ନାୟକ ଚରିତ୍ରରେ ମୋର ଅତି ଘନିଷ୍ଟ ବନ୍ଧୁ ନାୟକବାବୁ । ଦୁଃଖର ବିଷୟ, ମୋର ଗଳ୍ପ ପୁସ୍ତକ "ଜୀବନ ଜୁଆ" ପ୍ରକାଶିତ ହେବା ପୂର୍ବରୁ ଗଳ୍ପର ପ୍ରମୁଖ ନାରୀ ଚରିତ୍ରରେ ଥିବା ନାୟକବାବୁଙ୍କ ଧର୍ମପତ୍ନୀ ରତିଲତାଙ୍କ ଦେହାନ୍ତ ହେଲା । ଏଥିରେ ମୁଁ ଅତ୍ଯନ୍ତ ମର୍ମାହତ ହେଲି । ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି । ମୋର ଏ ଗଳ୍ପଟିକୁ ମୁଁ ରତିଲତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲି । ଧନ୍ୟବାଦ ।
    40 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ" ର ଚତୁର୍ଥ ଗଳ୍ପ "ଅପ୍ରତ୍ୟାଶିତ ଅବ୍ୟବସ୍ଥା" ।
    "ଅପ୍ରତ୍ୟାଶିତ ଅବ୍ୟବସ୍ଥା" ଗଳ୍ପଟି ସମ୍ପୂର୍ଣ୍ଣ କାଳ୍ପନିକ । ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ଚିକିତ୍ସା କ୍ଷେତ୍ରରେ ଅନେକ ଅବ୍ୟବସ୍ଥା ପରିଲକ୍ଷିତ ହେଉଥିଲା । ସେମିତି ଏକ କାଳ୍ପନିକ ଘଟଣା କ୍ରମକୁ କାହାଣୀର ରୂପ ଦେବାକୁ ଚେଷ୍ଟା କରିଛି ମୁଁ ମୋର ଏହି ଗଳ୍ପ ମାଧ୍ୟମରେ, ଯେଉଁଥିରେ କରୁଣ ରସ ସହ ଅଳ୍ପ ପରିମାଣର suspense and twist ର ପ୍ରୟୋଗ କରିଛି । ଆଶା କରେଁ ମୋର ଏଇ ଛୋଟ ଗଳ୍ପଟିକୁ ଶୁଣିବେ ଏବଂ ଗଳ୍ପଟି କେମିତି ଲାଗିଲା ସେ ବିଷୟରେ ଆପଣଙ୍କ ମତାମତ voice message ଜରିଆରେ ଦେଲେ ମୁଁ ବହୁତ ଖୁସି ହେବି । ଧନ୍ଯବାଦ ।
    22 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ୩ୟ ଗଳ୍ପ "ପ୍ରଥମ ଗଳ୍ପର ଅଭିଜ୍ଞତା" ।
    "ପ୍ରଥମ ଗଳ୍ପର ଅଭିଜ୍ଞତା" ଏକ କାଳ୍ପନିକ ଗଳ୍ପ । ଚଳଚ୍ଚିତ୍ର ବା ନାଟକ ଭଳି ଏ ଗଳ୍ପଟିରେ ବି ମୁଁ ଏକ court scene କୁ ପରୀକ୍ଷାମୂଳକ ଭାବେ ସଂକ୍ଷେପରେ ବର୍ଣ୍ଣନା କରିଛି । ଆଶା କରେଁ, ଆପଣଙ୍କୁ ଭଲ ଲାଗିବ । ଗଳ୍ପଟିକୁ ତିନିଟି segment ରେ ଶୁଣାଇବି । ଧୈର୍ଯ୍ୟର ସହ ଶୁଣିବାକୁ ଅନୁରୋଧ କଲି । ହଁ, ପଢ଼ି ସାରିଲା ପରେ ଉପରେ ଥିବା message button ରେ ଯାଇ ମତାମତ ମାଧ୍ୟମରେ ଗଳ୍ପଟି କେମିତି ଲାଗିଲା ଜଣାଇଲେ, ମୁଁ ଉତ୍ସାହିତ ହେବି । ଧନ୍ୟବାଦ ।
    48 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ଦ୍ୱିତୀୟ ଗଳ୍ପ "ରସଗୋଲା"
    "ରସଗୋଲା" ଏକ ବ୍ୟଙ୍ଗ ତଥା ହାସ୍ୟ ରସାତ୍ମକ କାଳ୍ପନିକ ଗଳ୍ପ । ଗଳ୍ପଟିକୁ ଦୁଇଟି segment ରେ ଶୁଣାଇବି । ଧୈର୍ଯ୍ୟର ସହ ଶୁଣିବାକୁ ଅନୁରୋଧ ରହିଲା । ଧନ୍ୟବାଦ ।
    26 min
  • ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ"ର ପ୍ରଥମ ଗଳ୍ପ "ଜୀବନ ଜୁଆ".
    "ଜୀବନ ଜୁଆ" ଗଳ୍ପଟି ସମ୍ପୂର୍ଣ୍ଣ କାଳ୍ପନିକ । ଗଳ୍ପଟି ଟିକିଏ ଲମ୍ବା ହୋଇଥିବାରୁ, ମୁଁ ଏହାକୁ ଚାରିଟି segment ରେ ଶୁଣାଇବାକୁ ଚେଷ୍ଟା କରିଛି । ଆଶାକରେଁ, ଗଳ୍ପଟିକୁ ଧୈର୍ଯ୍ୟର ସହ ଣୁଣିବେ । ଧନ୍ୟବାଦ ।
    54 min
  • ଅନ୍ତର୍ଦୃଷ୍ଟି (ଗଳ୍ପ ସଂକଳନ)
    "ଅନ୍ତର୍ଦୃଷ୍ଟି" ମୋ ଗାଳ୍ପିକ ଜୀବନର ଦ୍ଵିତୀୟ ଗଳ୍ପ ସଂକଳନ। ବିଭିନ୍ନ ସ୍ୱାଦର କାଳ୍ପନିକ ବିଷୟବସ୍ତୁକୁ ଆଧାର କରି ରଚିତ ଏଗାରଟି ଗଳ୍ପ ଶ୍ରୋତାଙ୍କ ମନୋରଞ୍ଜନ କରିବାରେ ସକ୍ଷମ ହେବ - ଏହା ମୋର ଦୃଢ଼ ବିଶ୍ୱାସ। ଗଳ୍ପ ଶୁଣି ମେସେଜ୍ ମାଧ୍ୟମରେ ମତାମତ ଦେଲେ ମୁଁ ଖୁସି ହେବି। ଧନ୍ୟବାଦ।
    1 min

About ଅନ୍ତର୍ଦୃଷ୍ଟି (ANTARDRUSHTI)

From the publisher's feed

ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ" ପରେ ସଦ୍ୟ ପ୍ରକାଶିତ ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ରେ ସ୍ଥାନ ପାଇଥିବା ବିଭିନ୍ନ ସ୍ୱାଦର ୧୧ଟି ଯାକ କାଳ୍ପନିକ ଗଳ୍ପକୁ ମୁଁ ନିଜ ମୁହଁରେ ଆପଣମାନଙ୍କୁ ଶୁଣେଇବାକୁ ଚେଷ୍ଟା କରିବି। ଏ ଥରର…