x......x
‘ଦେଶର ଗୌରବ ସ୍ଵାଗତମ୍’ ଲେଖାଥିବା ଏକ ଫେଷ୍ଟୁନ୍ ସଜ୍ଜିତ ଖୋଲା ଜିପ୍ରେ ରୂପ୍ଲାଲଙ୍କ ପାଖରେ ବସି ସହର ଭିତରକୁ ଚାଲିଲେ ଶର୍ମା । ସହକର୍ମୀ- କମିଣୀମାନେ କୋମ୍ପାନୀର ଅନ୍ୟ ଗାଡ଼ିମାନଙ୍କରେ ଭର୍ତ୍ତି ହୋଇ ତାଙ୍କୁ ଅନୁଧାବନ କଲେ । ତାଙ୍କ ସମ୍ମାନାର୍ଥେ କୋମ୍ପାନୀ କାର୍ଯ୍ୟାଳୟରେ ହୋଇଥିଲା ବିରାଟ ଭୋଜିର ଆୟୋଜନ ।
ଶର୍ମା ପ୍ରୀତ ହେଲେ । ମନେହୁଏ ଅବଶେଷରେ ଦେଶବାସୀଏଁ ତାଙ୍କୁ ଚିହ୍ନିବାକୁ ଆରମ୍ଭ କରିଛନ୍ତି ।
ଭୋଜି ପରେ ରୂପ୍ଲାଲ ନିଜ କାର୍ରେ ବସାଇ ଶର୍ମାଙ୍କୁ ତାଙ୍କ ବସାରେ ଛାଡ଼ିବାକୁ ନେଇଗଲା ବେଳେ ପଥ ମଧ୍ୟରେ ନିଜ ଉଦ୍ଦେଶ୍ୟ ବ୍ୟକ୍ତ କଲେ :
‘‘ମିଷ୍ଟର ଶର୍ମା, ଆଉ ମାସ କେତେଟା ପରେ ଏଠାରେ ଉପନିର୍ବାଚନ ।”
-“ଓ8 !”
-“ମୁଁ ଛିଡ଼ା ହୋଇଛି ।”
-“ଆଚ୍ଛା!”
-“ମିଷ୍ଟର ଶର୍ମା! ମୋ ବିପକ୍ଷରେ ଅଛି ଜଣେ ପ୍ରବଳ ପ୍ରତିଦ୍ବନ୍ଦୀ ସେ ନିଜକୁ ପ୍ରଗତିଶୀଳ ବୋଲି କହୁଛି ଓ ମୋତେ କହୁଛି ପ୍ରତିକ୍ରିୟାଶୀଳ ”
-“ଓ8 !”
-‘‘ଆପଣ ହିଁ ମୋତେ ରକ୍ଷା କରିବେ ।”
-“କିପରି ?”
-“ମୋ ସପକ୍ଷରେ ପ୍ରଚାର କରିବେ ଲାଗିପଡ଼ି । ଆପଣ ସମ୍ପ୍ରତି ଅର୍ଜନ କରିଥିବା ଖ୍ୟାତି ହେତୁ ଆପଣଙ୍କ କଥାର ପ୍ରଭାବ ହେବ ବ୍ୟାପକ ।”
ଆକସ୍ମିକ ଭାବରେ ଶର୍ମା କୁଦ୍ଧ ହୋଇଉଠିଲେ । ଏଥିପାଇଁ ତେବେ ରୂପ୍ଲାଲ୍ ଏତେ ସମ୍ବର୍ଦ୍ଧନା ଆୟୋଜନ କରିଥିଲା ? ତାଙ୍କ ଆବୁକୁ ବ୍ୟବହାର କରି ହାୟେନା ଜିତିବାକୁ ଚାହୁଁଥିଲା, ବର୍ତ୍ତମାନ ଚାହୁଁଛି ରୂପ୍ଲାଲ୍ !
ସେଇ ମୁହୂର୍ତ୍ତରେ ଏକ ଅପ୍ରତ୍ୟାଶିତ ପ୍ରେରଣା ଅନୁଭବ କଲେ ଶର୍ମା ।
ଘରେ ପହଞ୍ଚି ବୋଉକୁ ପ୍ରଣାମ କରନ୍ତେ ବୋଉ ପୁଲକିତା ଦେଖାଯିବା ସଙ୍ଗେ ସଙ୍ଗେ ଦୀର୍ଘନିଃଶ୍ୱାସଟାଏ ପକାଇଲା । ରୂପ୍ଲାଲ୍ ବିଦାୟ ହେବା ପରେ ବୋଉ କହିଲା :
“ଆବୁଟିକୁ ଫେରାଇ ନେଇ ଆସିଲୁ ବାପା !”
“ବୋଉ, ବଡ଼ ଲକ୍ଷ୍ମୀବନ୍ତ ଆବୁ ଇଏ ! ବିଶ୍ୱବାସୀ ଏହାର ମହିମା ବୁଝୁଛନ୍ତି ଏକା ତୋତେ ଛାଡ଼ି । ମାସ କେଇଟା ଅପେକ୍ଷା କର ଓ ଦେଖ ।”
x.....x
-“ଆବୁ ପୁରୁଷ”(୯)- ଶ୍ରୀ ମନୋଜ ଦାସ